Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବେଦାନ୍ତ ଆଲୁମିନାରେ ରାୟଗଡା ଜିଲ୍ଲାର 30ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମନ୍ତ୍ରୀ, ଏହି କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ଅଣଦେଖା

1 min read

ରାୟଗଡା :ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ରାୟଗଡା ମାଧ୍ୟମରେ ବେଦାନ୍ତ ଆଲୁମିନାର ଗତ ଫେବ୍ରୁୟାରୀ ମାସର ପ୍ରଥମ ସପ୍ତାହରେ ହୋଇଥିବା ନିଯୁକ୍ତି ପ୍ରକ୍ରିୟାରେ ମନୋନୀତ 30 ଜଣ ଛାତ୍ର/ଛାତ୍ରୀ ମାନଙ୍କୁ ଆଜି ଗୁରୁବାରଦିନ ବିଜୁ ପଟ୍ଟନାୟକ ଅଡିଟୋରିୟମ, ରାୟଗଡ଼ା ଠାରେ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଖାଦ୍ୟ ଯୋଗାଣ , ଖାଉଟି କଲ୍ୟାଣ , ସମବାୟ ଓ ଉଚ୍ଚଶିକ୍ଷା ବିଭାଗ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଏବଂ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଆଦିବାସୀ ଏବଂ ହରିଜନ ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ, ଆଇନ ବିଭାଗ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କର କରକମଳରେ ଯଥାବିଧି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ନିଯୁକ୍ତି ପତ୍ର ପ୍ରଦାନ ପାଇଁ ପ୍ରଥମେ ଜ଼ିଲ୍ଲା ଲୋକ ସମ୍ପର୍କ ଅଧିକାରୀ ପ୍ରଥମେ ଦିନ 10.30 ଘଂଟିକା ଓ ପରେ ଦିନ 10 ଘଂଟିକା ସମୟରେ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ । ସୂଚନା ମୁତାବକ ସାମ୍ବାଦିକ ଭାଇ ମାନେ ନିର୍ଦ୍ଧାରିତ ସମୟରେ ପହଁଚିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ବେଦାନ୍ତର ଲୋକ ସମ୍ପର୍କ ବିଭାଗର ଏକ ମହିଳା କର୍ମଚାରୀ ଆସି ସାମ୍ବାଦିକଙ୍କୁ ପ୍ରଥମ ଲାଇନ ସ୍ଥାନ ଛାଡି ପଛକୁ ଚାଲିଯିବା ପାଇଁ କହିଥିଲେ । ଏହି ସମୟରେ ବେଦାନ୍ତ ସି ଓ ଶ୍ରୀ ଜି ଜି ପାଲ, ସି ହେଚ ଆର ଓ ଶ୍ରୀ ବିଶାଳ ସିଂ ଓ ସି ଏସ ଆର ର ଶ୍ରୀ ବିଭୁଦେନ୍ଦୁ ପଣ୍ଡା ଉପସ୍ଥିତ ଥିଲେ । ପରେ ପରେ ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ପହଁଚିବାପରେ ସାମ୍ବାଦିକଙ୍କୁ ବୁଝାଇଥିଲେ, କିଛି ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଓ କିଛି ସାମ୍ବାଦିକ ଏହି କାର୍ଯ୍ୟକ୍ରମରୁ ନିବୃତ ରହିଥିଲେ । ଉକ୍ତ ନିଯୁକ୍ତି ପ୍ରକ୍ରିୟାରେ କଳାହାଣ୍ଡି ଓ ରାୟଗଡା ଜ଼ିଲ୍ଲାର ପିଲାଙ୍କୁ ନିଯୁକ୍ତି ଦିଆଯାଇଛି କିନ୍ତୁ ବେଦାନ୍ତ ଯେଉଁ କୋରାପୁଟ ଜ଼ିଲ୍ଲା ଲକ୍ଷ୍ମୀପୁର ଅଂଚଳର ବକସାଇଟ ନେଉଛି ସେହି ଜ଼ିଲ୍ଲାର କାହାରିକୁ ନିଯୁକ୍ତି ଦିଆଯାଇ ନଥିବାର ଜଣାପଡିଛି । କୋଡୀଙ୍ଗା ମାଳି ଅଂଚଳରୁ ଆଗାମୀ ଦିନରେ ବେଦାନ୍ତକୁ ବକସାଇଟ ଛଡ଼ାଯିବ ନାହଁ ବୋଲି କୋରାପୁଟ ଜ଼ିଲ୍ଲାବାସୀ ଆଲୋଚନା କରୁଥିବାର ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ରାୟଗଡ଼ା ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ଏବଂ ପଛୁଆ ବର୍ଗ ଉପଦେଷ୍ଟା ଶ୍ରୀଯୁକ୍ତ ପୃଥୀରାଜ ସାହୁ ଉପସ୍ଥିତ ରହି କୃତି ଛାତ୍ର/ଛାତ୍ରୀ ମାନଙ୍କୁ ତାଙ୍କର ସୁଚିନ୍ତିତ ମତ ମାଧ୍ୟମରେ ଉତ୍ସାହିତ କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ବେହେରା , ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ତତ୍ଵମାସୀ ମହାପାତ୍ର ଏବଂ ବେଦାନ୍ତ ଆଲୁମିନା ତରଫରୁ ସି ଇ ଓ ଶ୍ରୀଯୁକ୍ତ ଜି ଜି ପାଲ , ସି ଏଚ ଆର ଓ ଶ୍ରୀଯୁକ୍ତ ବିଶାଳ ସିଂହ , ସି ଏସ ଆର ମୁଖ୍ୟ ଶ୍ରୀ ବିଭୂଦେନ୍ଦୁ ପଣ୍ଡା ତଥା ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ରାୟଗଡା ପ୍ରତିନିଧି ଅମୁଲ୍ୟ ନିଶଙ୍କ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *