Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବେଆଇନ ଗୋରୁ ଚାଲାଣ ବେଳେ 16 ନମ୍ବର ଜାତୀୟ ରାଜପଥରେ କଣ୍ଟେନରକୁ ଜବତ କରିଛି ପୋଲିସ

1 min read

ଭଦ୍ରକ/ଭଣ୍ଡାରିପୋଖରୀ ୨୧/୦୪(ସଖପ୍ର): ଦୁଇ ଥାକିଆ କଣ୍ଟେନରରେ ଗୋରୁ ଚାଲାଣ ସମୟରେ ଉଦ୍ଧାର ହେଲେ 100 ରୁ ଅଧିକ ଗୋରୁ। କଣ୍ଟେନରରେ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିଲା ବେଳେ 16 ନମ୍ବର ଜାତୀୟ ରାଜପଥରେ କଣ୍ଟେନରକୁ ଜବତ କରିଛି ପୋଲିସ । କଣ୍ଟେନରରୁ 100ରୁ ଅଧିକ ଗୋରୁ ଉଦ୍ଧାର ହୋଇଛନ୍ତି । ସୂଚନାଯୋଗ୍ୟ ଯେ 16 ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଡାହାଲା ଠାରୁ ଏହି ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି ।

ଭଣ୍ଡାରିପୋଖରୀ ଥାନା ପୋଲିସ ଗାଡିକୁ ଯାଞ୍ଚ କରିବାରୁ କଣ୍ଟେନର ଭିତରେ ଦୁଇଟି ଚ୍ୟାମ୍ବର କରି ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଦେଖିବା ସହ କଣ୍ଟେନରକୁ ଜବତ କରାଯାଇଛି । ତେବେ କଣ୍ଟେନରର ଡ୍ରାଇଭରକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଭଣ୍ଡାରିପୋଖରୀ ପୋଲିସ କଣ୍ଟେନରରୁ ଉଦ୍ଧାର କରିଥିବା ଗୋରୁଙ୍କୁ ମଇତାପୁର ଠାରେ ଥିବା ଗୋଶାଳାରେ ରଖାଯାଇଥିବା ସୂଚନା ମିଳିଛି ।

ଭଦ୍ରକ ପ୍ରତିନିଧି ଆଶିଷ ରଞ୍ଜନ ପତି

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *