Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବିଭିନ୍ନ ଅନୁଷ୍ଠାନ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫଫଣ୍ଡକୁ ସହାୟତା

1 min read

ବରଗଡଜିଲ୍ଲା: ମଣିଷର ମାନବିକତା ହିଁ ମଣିଷକୁ ସେବା ଓ ସାହାଯ୍ୟ କରିବା ପାଇଁ ଉତ୍ସାହ ଇନ୍ଧନ ଯୋଗାଏ। ସାରା ଭାରତରେ କରୋନା ମୁକାବିଲା ପାଇଁ ବିଭିନ୍ନ ଅନୁଷ୍ଠାନ ,ସମାଜସେବୀ ସହାୟତା କରୁଛନ୍ତି। କିଏ ନିଜ ହାତ ତିଆରି ମାକ୍ସ ବଣ୍ଟନ କରୁଛି ତ ଆଉ କେଉଁଠି ରାସନ ସହାୟତା କରୁଛନ୍ତି। ଓଡିଶା ସରକାର ଲକଡାଉନ ସମୟରେ ଲୋକଙ୍କର ସୁବିଧା ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରି ପ୍ରତ୍ୟେକ ପଞ୍ଚାୟତ ଜରିଆରେ ଜନସାଧାରଣଙ୍କ ପାଖକୁ ପହଞ୍ଚାଉଛନ୍ତି। କରୋନା ମୁକାବିଲା ସକାଶେ ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିତ୍ବଙ୍କ ତରଫରୁ ତନ୍ମୟ କୁମାର ଦରଓ୍ବାନ ଉପ ଜିଲ୍ଲାପାଳ ପଦ୍ମପୁରଙ୍କ ଜରିଆରେ ,ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପଦ୍ମପୁର ପବ୍ଲିକ ସ୍କୁଲ ତରଫରୁ ୬୧ ହଜାର ଟଙ୍କାର ଚେକ ସ୍କୁଲ ଅଧ୍ୟକ୍ଷ କିରନ ପଣ୍ଡା, ଶୋଭାଲିସା ପଣ୍ଡା, କୃଷ୍ଣ ମୋହନ ପଣ୍ଡା ପ୍ରମୁଖ ଉପସ୍ଥିତ ଥାଇ ପ୍ରଦାନ କରିଛନ୍ତି । ବୋଡାସମ୍ବର ବସ ମାଲିକ ସଂଘ ତରଫରୁ ୫୧ ହଜାର ଟଙ୍କାର ସହାୟତା ସଂଘ ସଭାପତି ମନୋରଞ୍ଜନ ସିଂ ବରିହା , ସଂପାଦକ ସେକ ସମୀର ହୁସେନ , ବରିଷ୍ଠ ସଦସ୍ୟ ଅଭିନାଶ ମିଶ୍ର ପ୍ରମୁଖ ଥାଇ ପ୍ରଦାନ କରିଛନ୍ତି। ସ୍ବେଛ୍ଛାସେବୀ ଅନୁଷ୍ଠାନ A.B.C.D.
ତରଫରୁ ୧୧ ହଜାର ଟଙ୍କାର ଚେକ ସଂଘ ସଭାପତି ଅନିଲ କୁମାର ବେହେରା ,ସଂପାଦକ ରଘୁନାଥ ପୁରୀ, ସଦସ୍ୟ ପ୍ରତାପ କୁମାର ନାଥ , ଲିଙ୍ଗରାଜ ସାହୁ ପ୍ରମୁଖ ପ୍ରଦାନ କରିଛନ୍ତି । ଠିକସେହିପରି ପଦ୍ମପୁର ଅନ୍ନପୂର୍ଣ୍ଣା ରାଇସମିଲ ମାଲିକ ୨୧ ହଜାର ଟଙ୍କା ଏବଂ ପଦ୍ମପୁର ଆଶିଷ କୁମାର ନାୟକ ୧୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା କରିଥିବା ଅନୁଷ୍ଠାନ ଓ ବ୍ୟକ୍ତିତ୍ବଙ୍କର ମହତ କାର୍ଯ୍ୟ ପାଇଁ ପଦ୍ମପୁର ଅଞ୍ଚଳର ବୁଦ୍ଧିଜୀବୀ , ସଚେତନ ନାଗରିକ ସାଧୁବାଦ ଜ୍ଞାପନ କରିଛନ୍ତି।

ବରଗଡ ପ୍ରତିନିଧି ମୋତିଲାଲ ବାଗ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *