Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବଞ୍ଚ ବାଲିଘାଟକୁ ଗ୍ରାମବାସୀଙ୍କ ବିରୋଧ

1 min read

ଆନନ୍ଦପୁର:(ସଖପ୍ର) ହାଟଡିହି ତହସିଲ ଅଧିନସ୍ଥ ବଞ୍ଚ ବାଲି ଘାଟ ପାଇଁ ସିଙ୍ଗିଡୋଭ ଗ୍ରାମବାସୀ ବିରୋଧ କରି ୯ ଦଫା ଦାବିନେଇ ରାସ୍ତାରେ ବସିଲେ। ବଞ୍ଚ ବାଲିଘାଟକୁ ସିଙ୍ଗିଡୋଭ ଗ୍ରାମଦେଇ ରାସ୍ତା ଅଛି। ଉକ୍ତ ରାସ୍ତାରେ ଗଲାବେଳେ ୨ ଟି ବିଦ୍ୟାଳୟ ଦେଇ ଯିବାପାଇଁ ପଡିଥାଏ। ଉକ୍ତ ବିଦ୍ୟାଳୟକୁ କୋମଳମତି ଶିଶୁମାନେ ଯିବା ଆସିବା ସମୟରେ ଉକ୍ତ ରାସ୍ତା ଦେଇ ଟ୍ରକ ହାଇବା ଇତ୍ୟାଦି ଭାରୀଯାନ ଚଳାଚଳ କାରିଥାଏ। ଉକ୍ତ ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ଥିବାବେଳେ ବାଲିଘାଟକୁ କିପରି ଭାରୀଯାନ ଯାତାୟାତ କରାଯାଉଛି ଏହାକୁ ନେଇ ଗ୍ରାମବାସୀମାନେ ବିରୋଧ କରିଛନ୍ତି।

ବାଲିଘାଟରେ ଶ୍ରମିକ ମାନେ ବାଲି ଗାଡିକୁ ଲୋଡ ଦେଉଥିବା ବେଳେ କିପରି ଭାବେ ବାଲିଘାଟର ମାଫିଆ ଶ୍ରମିକ ମାନଙ୍କୁ ବିରୋଧ କରି ମେସିନରେ ଗାଡି ଗୁଡିକୁ ଲୋଡିଙ୍ଗ କରୁଛନ୍ତି । ଏ ନେଇ ଗ୍ରାମବାସୀଙ୍କ ଭିତରେ ଉତେଜନା ଦେଖା ଦେଇଥିଲା। ଆଗାମୀ ଦିନରେ ଗ୍ରାମବାସୀ ମାନଙ୍କର ଦାବି ପୂରଣ ନହେଲେ ଗ୍ରାମବାସୀମାନଙ୍କର ଧାରଣା ଚାଲୁ ରହିବା ପାଇଁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *