Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୁଣି ଜନନୀ ଯନ୍ତ୍ରଣା,ଗୁଡାରୀ ବ୍ଲକ ଜିମାରାଓ ଗ୍ରାମକୁ ଭଲରାସ୍ତା ନଥିବାରୁ ଗଲାନାହିଁ ଆମ୍ବୁଲାନସ,ଅଧାବାଟରେ ଜନ୍ମ ହେଲା ଶିଶୁ କନ୍ୟା

1 min read

ପୁଣି ଜନନୀ ଯନ୍ତ୍ରଣା,ଗୁଡାରୀ ବ୍ଲକ ଜିମାରାଓ ଗ୍ରାମ କୁ ଭଲରାସ୍ତା ନଥିବାରୁ ଗଲାନାହିଁ ଆମ୍ବୁଲାନସ,ଅଧାବାଟରେ ଜନ୍ମ ହେଲା ଶିଶୁ କନ୍ୟା

ରାୟଗଡା :ଜିଲ୍ଲା ଗୁଡାରୀ ବ୍ଲକ ମଧୁବନ ଗ୍ରାମ ପଞ୍ଚାୟତର ଜିମାରାଓ ଗ୍ରାମରେ ପୁଣି ଜନନୀ ଯନ୍ତ୍ରଣା। ଗାଁ କୁ ଭଲ ରାସ୍ତା ନଥିବାରୁ ଭାରରେ ବୁହା ହେଲେ ଗର୍ଭବତୀ । ୪ କି.ମି ରାସ୍ତା ଭଲ ନଥିବାରୁ ଗାଡି ଟି ଗାଁକୁ ଯାଇ ପାରି ନଥିଲା।ଆମ୍ବୁଲାନସ ପାଇଲଟ ନିଜେ ଗାଁ କୁ ଯାଇ ଭାର କରି ଆଣିଥିଲେ।ଗାଡି ରେ ପହଞ୍ଚି ମେଡିକାଲ କୁ ଆଣିବା ସମୟରେ ଅଧାବାଟରେ ଜନ୍ମ ହେଲା ଶିଶୁ କନ୍ୟା।ଏପରି ଅଭାବନିୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ ମଧୁବନ ପଞ୍ଚାୟତର ଜିମାରାଓ ଗ୍ରାମରେ।ଜିମାରାଓ ଗ୍ରାମକୁ ଭଲରାସ୍ତା ନଥିବାରୁ ଏପରି ଘଟଣା ଘଟିଛି।ଗାଡ଼ି ଡ୍ରାଇଭର ନିଜେ ଭାର କରି ଆଣିଥିଲେ। ଡ୍ରାଇଭର ଡି ସୁରେଶ ବାବୁ ର ମହାନତା।ଏବେ ଚାରି ଆଡରୁ ପ୍ରଶଂସା ର ପାତ୍ର ହୋଇଛନ୍ତି। ସୂଚନା ଅନୁସାରେ ଆଜି ଅର୍ଜୁନ ଜାଗରଙ୍ଗା ଙ୍କ ପତ୍ନୀ ସୁଭଦ୍ରା ଜାଗାରଙ୍ଗା କୁ ପ୍ରସବ ବେଦନା ହୋଇଥିଲା।ଏହା ପରେ ଆସା ଦିଦି ୧୦୨ଆମ୍ବୁଲାନ୍ସକୁ ଡାକିଥିଲେ । ସକାଳ ୬ଟା ସମୟ ରେ ଗାଡ଼ି ଟି ବାହାରି ଜୀମାରାଓ ଗାଁ ଠାରୁ ୪କିମି ଦୂରରେ ଅଟକି ରହିଲା। ପରେ ପାଇଲଟ ଗାଁ କୁ ଯାଇ ଗର୍ଭବତୀ ମାଁ,ସମ୍ପର୍କୀୟ ମିଶି ଭାର କରି ୪କିମି ଚାଲି ଚାଲି ଆସିଥିଲେ । ଗାଡ଼ି ଟି ଆସିବା ସମୟ ରେ ଅଧିକା ବେଦନା ହେବାରୁ ଗାଡ଼ି ରେ ଜନ୍ମ ହୋଇଥିଲା ଶିଶୁ କନ୍ୟା।ତାପରେ ପୁଣି ନବ ଜାତ ଶିଶୁ ଏବଂ ମାଆ ଙ୍କୁ ଧରି ଗୁଡ଼ାରୀ ମେଡ଼ିକାଲ କୁ ପହଞ୍ଚି ଥିଲା।ବର୍ତ୍ତମାନ ମା ଓ ଶିଶୁ କନ୍ୟା ସୁସ୍ଥ ଥିବା ଜଣାପଡିଛି। ଗୁଡ଼ାରି ଠାରୁ ପ୍ରାୟ ୨୫କିମି କିଲୋମିଟର ରାସ୍ତା। ମଧୁବନ ଗ୍ରାମ ପଂଚାୟତର ଅପହଞ୍ଚ ଇଲାକା ଜିମାରାଓ ଗ୍ରାମ । ଦେଶ ସ୍ଵାଧୀନ ହେବାର ଦୀର୍ଘ 75 ବର୍ଷ ବିତିଯାଇଥିଲେ ମଧ୍ୟ ଜୀମାରାଓ ଗ୍ରାମକୁ ରାସ୍ତା ନାହି। ରାଜ୍ୟ ସରକାର ଉନ୍ନୟନର ଡିଣ୍ଡିମ ପିଟୁଥିବା ବେଳେ ଜୀମାରାଓ ରାଜ୍ୟ ବାହାରେକି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଉକ୍ତ ଗ୍ରାମରେ ପ୍ରାୟ ତିରିଶିରୁ ଅଧିକ ଘର ଥିବାବେଳେ ଆଜି ପର୍ଯ୍ୟନ୍ତ ରାସ୍ତାର ସୁବିଧା ହୋଇ ପାରିନାହିଁ। ପ୍ରଶାସନର ଦୃଷ୍ଟି ପଡୁନଥିବାର ଅଭିଯୋଗ ହୋଇଛି ।

ରାୟଗଡା ପ୍ରତିନିଧି ଅମୁଲ୍ୟ ନିଶଙ୍କ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *