Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପାରିବାରିକ କଳହରୁ ତୁମୁଳ କାଣ୍ଡ

1 min read

ସାଲେପୁର ୨୨/୦୨/୨୦୨୦ (ଏନ୍ ପୁରୁଷୋତ୍ତମ ରେଡି/ସବୁବର୍ଗ ଖବର): ପାରିବାରିକ କଳହରୁ ତୁମୁଳ କାଣ୍ଡ ଘଟିଛି । ଜଣେ ଯୁବକ ହିତାହିତ ଜ୍ଞାନଭୁଲି ବାହାରପଟୁ କବାଟ ଦେଇ ଘରେ ନିଆଁ ଲଗାଇ ଦେବାରୁ ୩ଜଣ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଛନ୍ତି । ସାଲେପୁର ଥାନା ଅଧିନ ବାଲିସାହି ପଂଚାୟତର ଉତରବଟେଶ୍ୱର ଗ୍ରାମରେ ଘଟିଛି ଏଭଳି ଘଟଣା । ଘଟଣାରୁ ପ୍ରକାଶ କିଶାନନଗର ଥାନା ଅଂଚଳ କାଳିକାପୁର ଗ୍ରାମର ଶରତ ବେହେରା ଓରଫ୍ ବାବୁଲି ସାଲେପୁର ଥାନା ଅନ୍ତର୍ଗତ ଉତରବଟେଶ୍ୱର ଗ୍ରାମରେ ପରିବାର ସହ ଘର ଭଡ଼ା ନେଇ ରହୁଛନ୍ତି ।

ତେଣୂ ତାଙ୍କ ପରିବାରରେ ପ୍ରାୟ ଅଧିକାଂଶ ସମୟରେ କଳି ଝଗଡ଼ା ଲାଗି ରହୁଥିଲା। ଗତକାଲି ରାତିରେ ଏହି ଝଗଡ଼ା ତାର ଊଗ୍ରରୁପ ନେଇ ଥିଲା । ଝଗଡ଼ା ପରେ ରାତିରେ ଘର ଭିତରେ ବାବୁଲିର ପତ୍ନୀ ତାର ଝିଅ ଓ ଶାଶୁ ଶୋଈ ପଡିଥିବା ସମୟରେ ବାବୁଲି ଘର ବାହାର ପଟୁ କବାଟ ବନ୍ଦ କରି ଘରେ ନିଆଁ ଲଗାଇ ଚାଲିଗଲା । ହେଲେ ଭିତରେ ଥିବା ପତ୍ନୀ, ଝିଅ, ଶାଶୁ ନିଆଁ ରେ ଜଳି ଗୁରୁତର ହୋଇଗଲେ । ଗାଁ ଲୋକଙ୍କ ସାହାଯ୍ୟରେ ସେମାନଙ୍କୁ ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡ଼ିଛି । ସାଲେପୁର ପୁଲିସ ଘଟଣାସ୍ଥଳକୁ ଯାଇ ତାର ତଦନ୍ତ ଜାରି ରଖିଛି । କେଉଁ କାରଣରୁ ଏହି ଘଟଣା ଘଟିଛି ତାହା ସାଧାରଣରେ ସନ୍ଧେହ ସୃଷ୍ଟି ହୋଇଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *