Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନଛିପୁର ହାଇସ୍କୁଲରେ ଶିଶୁ ଦିବସ ପାଳିତ

1 min read

ବାଲେଶ୍ବର,୧୪/୧୧– ବାଲେଶ୍ବର ଜିଲ୍ଲା ଖଇରା ଵ୍ଲକ ପଳସା ପଞ୍ଚାୟତ ନଛିପୁର ହାଇସ୍କୁଲରେ ଜବାହାରଲାଲ ନେହେରୁଙ୍କ ୧୩୧ ତମ ଜନ୍ମ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଵିଦ୍ଯାଳୟ ପରିସରରେ ଵିଦ୍ଯାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପତ୍ରୀଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସଭାପତି ଜବାହାରଲାଲ ନେହେରୁଙ୍କ ଜୀବନୀ ବିଷୟରେ ପିଲାମାନଙ୍କୁ ଅବଗତ କରାଇବା ସଙ୍ଗେ ସଙ୍ଗେ କାହିଁକି ତାଙ୍କୁ ଚାଚା ନେହେରୁ ବୋଲି କୁହାଯାଏ ସେ ବିଷୟରେ ପିଲାମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଅନ୍ଯ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ଯ ପିଲାମାନଙ୍କୁ ଜବାହାରଲାଲ ନେହେରୁଙ୍କ ବିଷୟରେ ସମ୍ଯକ ସୂଚନା ପ୍ରଦାନ କରିଥିଲେ । ଶେଷରେ ପିଲାମାନଙ୍କ ମଧ୍ଯରେ ଜବାହାରଲାଲ ନେହେରୁଙ୍କ ଜୀବନୀ ଉପରେ ବକୃତା, ଭାଷଣ ଓ ତର୍କ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ ରତନ ମୁର୍ମୁ ୧ମ,ସ୍ବୟଂ କ୍ରିଷ୍ଣା ପାଢୀ ୨ୟ ଓ ଦିଵ୍ଯଯୋତି ପାତ୍ର ୩ୟ ସ୍ଥାନ ଅଧିକାର କରିଥିଲେ । କୃତି ପ୍ରତିଯୋଗିମାନଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀ ପତ୍ରୀ ପୁରସ୍କାର ବିତରଣ କରିଥିଲେ । ଏଥିରେ ଵିଦ୍ଯାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ଵିଦ୍ଯାଳୟର ଖେଳ ଶିକ୍ଷକ ପ୍ରଦୀପ୍ତ ମାହାନା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *