Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦର ସାଧାରଣ ପରିଷଦ ବୈଠକ

1 min read

କୋରାପୁଟ (ସଖପ୍ର): ସ୍ଥାନୀୟ ଟାଉନହଲଠାରେ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସାଂସଦ ତଥା ବିଜେପିର ବରିଷ୍ଠ ନେତା ଜୟରାମ ପାଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ନେତାମ ଯୋଗଦେଇ ଆଦିବାସୀ ଅଂଚଳର ବିକାଶ ପାଇଁ ଅନେକ ବ୍ୟକ୍ତି ଓ ସରକାର କେବଳ କଥା କୁହନ୍ତି କିନ୍ତୁ କିଛି କରନ୍ତି ନାହିଁ ବୋଲି ଅଭିଯୋଗ କରିଥିଲେ । ଦଣ୍ଡକାରଣ୍ୟ କେନ୍ଦ୍ର ଶାସିତ ରାଜ୍ୟ ହେଲେ ଅଂଚଳର ବିକାଶ ହୋଇପାରିବ ବୋଲି ଆରକୁର ପୂର୍ବତନ ବିଧାୟକ ସେଠୀ ଗଙ୍ଗାଧର ସ୍ୱାମୀ ପ୍ରକାଶ କରିଛନ୍ତି ।ଓଡିଶା , ଆନ୍ଧ୍ର ପ୍ରଦେଶ ଏବଂ ଛତିଶଗଡ ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସବୁବେଳେ ଅଣଦେଖା କରୁଛନ୍ତି ତେଣୁ ସମସ୍ତେ ଏକଜୁଟ ହୋଇ ଦାବି ଉପସ୍ଥାପନା କରିବାକୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ନେତାମ ପ୍ରକାଶ କରିଥିଲେ ବୋଲି ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ପ୍ରକାଶ କରିଛନ୍ତି । ସରକାର ସବୁବେଳେ ଅଂଚଳର ବିକାଶ ନିମନ୍ତେ ଅଣଦେଖା କରୁଥିବାରୁ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଗଠନ କରାଯାଇଥିବା ସେ ସୂଚନା ଦେଇଛନ୍ତି । ପ୍ରଥମ ସାଧାରଣ ପରିଷଦ ବୈଠକରେ ଆନ୍ଧ୍ରପ୍ରଦେଶ , ଛତିଶଗଡ ଅଂଚଳରୁ ଅନେକ ବ୍ୟକ୍ତି ଆସିଥିଲେ ବୋଲି ସେ ପ୍ରକାଶ କରିଥିଲେ ।ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦକୁ ସାଧାରଣ ପରିଷଦ ବୈଠକରେ ଗୃହୀତ କରାଯାଇଥିବା ପୂର୍ବତନ ସାଂସଦ ଶ୍ରୀ ପାଙ୍ଗୀ ପ୍ରକାଶ କରିଛନ୍ତି । ମାଲକାନଗିରି ଜିଲ୍ଲା ନିମନ୍ତେ ଡ.କାମରାଜ କୱାସୀଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ବିଶାଖାପାଟଣା ଜିଲ୍ଲା ନିମନ୍ତେ ମାଣିକମ ସମାରେଡ୍ଡି ସଭାପତି ଭାବେ ମନୋନୀତ ହୋଇଥିବା ସେ ସୂଚନା ଦେବା ସହ ଆସନ୍ତା ଦିନରେ ଅନ୍ୟ ଜିଲ୍ଲା ନିମନ୍ତେ ସଭାପତି ଚୟନ କରାଯିବ ବୋଲି ପ୍ରକାଶ କରିଛନ୍ତି ।

କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *