Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ଭିଜିଲାନ୍ସ ପକ୍ଷରୁ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

1 min read

ଜୟପୁର ୫/୧୧(ସଖପ୍ର): ଜୟପୁର ଭିଜିଲାନ୍ସ ଏସ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜନଅର ଛକରୁ ଭିଜିଲାନ୍ସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ଶୋଭାଯାତ୍ରାରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ନାରାୟଣୀ କଲେଜର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସେହିପରି ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ମୁଖ୍ୟଅତିଥି ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଶୋଭାଯାତ୍ରାକୁ ଆରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଏଏସ୍‌ପି ଆରୁଣ କୁମାର ନାୟକ, ଡିଏସ୍‌ପି ଅଭୟ ପ୍ରଧାନ, ଇନ୍ସପେକ୍ଟର ସଂଜୟ ପ୍ରଧାନ, ସରିତା ତ୍ରିପାଠୀ, ସାବିତ୍ରୀ ପ୍ରଧାନ, ଜୟପୁର ତହସିଲଦାର ଡ. ମୋନାଲିସା ଆଚାର୍ଯ୍ୟ, ସଦର ଥାନା ଅଧିକାରୀ ଈଶ୍ବର ତାଣ୍ଡି, ଏବିଡିଓ ମନୋଜ ନାୟକଙ୍କ ସହ ଭିଜିଲାନ୍ସ ବିଭାଗ ଏବଂ ଏସ୍‌ବିଆଇ କର୍ମଚାରୀ ଭାଗ ନେଇଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *