Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ଠାରେ ଜିଲ୍ଲା ଜର୍ଜ କୋର୍ଟ ପରିସରରେମହିଳା ଅଦାଲତ ଉଦଘାଟିତ

1 min read

ଜୟପୁର ୦୪/୦୫(ସଖପ୍ର): ଜୟପୁର ଠାରେ ଜିଲ୍ଲା ଜର୍ଜ କୋର୍ଟ ପରିସରରେ ଆଜି ମହିଳା ଅଦାଲତ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଡ. ଏସ୍ ମୂରଲୀଧର ଓ ମାନ୍ୟବର ଜଷ୍ଟିସ କୃଷ୍ଣରାମ୍ ମହାପାତ୍ର ମିଳିତ ଭାବେ ଉଦଘାଟନ କରିଥିଲେ। ଏହି ଉଦଘାଟନ ଉତ୍ସବରେ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ବିମଳ କୁମାର ଚାନ୍ଦ୍, କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ଅବଦଲ ମହମ୍ମଦ ଅକତର, କୋରାପୁଟ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜି. ବରୁଣ, ଭିଜିଲାନ୍ସ ଜର୍ଜ ଶ୍ରୀଯୁକ୍ତ ରାଜେଶ୍ ଏକ୍କା, ପରିବାର ଅଦାଲତ ଜର୍ଜ ଶ୍ରୀଯୁକ୍ତ ଦିଗମ୍ବର ପୃଷ୍ଟି, ରେଜିଷ୍ଟ୍ରାର ଶ୍ରୀଯୁକ୍ତ ଶରତ କୁମାର ଜେନା, ସିଭିଲ ଜର୍ଜ (ସିନିଅର ଡିଭିଜନ) ସୁସାରତ୍ ଜହିନ୍, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ଶୁଭଗୌତମ ମିଶ୍ର, ଏସ.ଡି.ଜେ.ଏମ୍ ଶ୍ରୀଯୁକ୍ତ ଜନେଜୟ ପଲେଇ, ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ଶ୍ରୀମତୀ ସୁନିଳା ମିଶ୍ର, ଶ୍ରୀମତୀ ପଲ୍ଲବୀ ପ୍ରିୟଦର୍ଶିନୀ ଦାସ, ଶ୍ରୀଯୁକ୍ତ ଚରଣ କୁମାର ଜେନାଙ୍କ ସମେତ ଜୟପୁର ବାର ଆସୋସିଏସନ୍ ର ଉପ ସଭାପତି ଶ୍ରୀଯୁକ୍ତ ଶରତ କୁମାର ମାଝୀ, ସଂପାଦକ ଶ୍ରୀଯୁକ୍ତ ଆନନ୍ଦ ରଥ, ପବ୍ଲିକ ପ୍ରସ୍କୁଟର୍, ଶ୍ରୀମତୀ ଶୈଳଜା ପଟ୍ଟନାୟକ ଓ ଜୟପୁର ବାରର ଅନ୍ୟାନ୍ୟ ଆଇନଜୀବୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ନୂତନ ଭାବେ ମହିଳା ଅଦାଲତରେ ଯୋଗ ଦେଇଥିବା ମହିଳା ବିଚାରପତି ଶ୍ରୀମତୀ ଅଞ୍ଜଳି ମାଛଖଣ୍ଡଙ୍କୁ ମାନ୍ୟବର ଓଡ଼ିଶା ଉଚ୍ଚନ୍ୟାୟାଳୟ ରେଜିଷ୍ଟ୍ରାର ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଶପଥ ପାଠ କରାଇଥିଲେ। ଏହି ମହିଳା ଅଦାଲତରେ ମହିଳା ମାନଙ୍କ ସମ୍ପର୍କିତ ବିଭିନ୍ନ ଫୌଜଦାରୀ ମାମଲା, ଘରୋଇ ହିଂସା ଆଇନ୍, ମହିଳା ସମ୍ବନ୍ଧୀୟ ଅପରାଧିକ ମାମଲା ଇତ୍ୟାଦି ଗୁଡ଼ିକର ତ୍ଵରିତ ବିଚାର କରାଯିବ। ଯାହା ଫଳରେ ପୀଡ଼ିତା ମହିଳାମାନେ ତ୍ଵରିତ ନ୍ୟାୟ ପାଇବା ପାଇଁ ସକ୍ଷମ ହୋଇପାରିବେ। ଏହି ଭିଡ଼ିଓ କନଫରେନ୍ସ କାର୍ଯ୍ୟକ୍ରମକୁ ଜିଲ୍ଲା ଅଦାଲତର ସିଷ୍ଟମ୍ ଅଫିସର ଶ୍ରୀ ରଜନୀକାନ୍ତ ଲିମା ଓ ଆଇ.ଟି ସେକ୍ସନର ସମସ୍ତ କର୍ମକର୍ତ୍ତା ସୁଚାରୁ ରୂପେ ପରିଚାଳନା କରିଥିଲେ। ବର୍ତ୍ତମାନ ଏହି ମହିଳା ଅଦାଲତରେ କୋରାପୁଟ ଜିଲ୍ଲାର ମୋଟ ୫୮୫ ଟି ମହିଳା ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ମାମଲା ବିଚରାଧୀନ ରହିଛି।ଏହି ଉଦଘାଟନ କାର୍ଯ୍ୟକ୍ରମକୁ ଜିଲ୍ଲା ଅଦାଲତର ନ୍ୟାୟାଳୟ ପରିଚାଳକ ଶ୍ରୀ ନିତ୍ୟାନନ୍ଦ ମହାନ୍ତି, ଶିରସ୍ତଦାର ଶ୍ରୀଯୁକ୍ତ ଅନନ୍ତ ବିଜୟ ଧୀବର,ବରିଷ୍ଠ କିରାଣୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର, ଶ୍ରୀଯୁକ୍ତ ଶିବ ଚରଣ ଜେନା, ଶ୍ରୀଯୁକ୍ତ ଏ. ରମେଶ କୁମାର ପ୍ରମୁଖ ପରିଚାଳନା କରିଥିଲେ। ଏତଦ୍ ବ୍ୟତୀତ ଜିଲ୍ଲା କୋର୍ଟ ନିଜାରତ ସେକ୍ସନର ନାଏବ ନାଜିର, ଆସିଷ୍ଟାଣ୍ଟ ନାଜିରଙ୍କ ସମେତ ପ୍ରସେସ୍ ସର୍ଭର ସହାୟତା କରିଥିଲେ।

ଜୟପୁରରୁ ସନ୍ତୋଷ ପାତ୍ରଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *