Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁରସ୍ଥିତ ସ୍ଥାନୀୟ ଜେ.ଇ.ଏଲ.ସି. ମଣ୍ଡଳୀ ଠାରେ ଆନ୍ତର୍ଜାତିକ ବୟୋଜ୍ୟେଷ୍ଠ ନାଗରିକ ଦିବସ ପାଳିତ

1 min read

କୋରାପୁଟଜିଲ୍ଲା (ସଖପ୍ର): ଜୟପୁରସ୍ଥିତ ସ୍ଥାନୀୟ ଜେ.ଇ.ଏଲ.ସି. ମଣ୍ଡଳୀ ଠାରେ ଆଜି ବୟୋଜ୍ୟେଷ୍ଠ ନାଗରିକ କମିଟି ଆନୁକୁଲ୍ୟରେ ଆନ୍ତର୍ଜାତିକ ବୟୋଜ୍ୟେଷ୍ଠ ନାଗରିକ ଦିବସ ପାଳନ କରାଯାଇଥିଲା। ପ୍ରତିବର୍ଷ ଅକ୍ଟୋବର ୨ ତାରିଖରେ ସ୍ଥାନୀୟ ଜେ.ଇ.ଏଲ.ସି. ମଣ୍ଡଳୀ ପରିସରରେ ଏହି ଖ୍ରୀଷ୍ଟିଆନ ବୟୋଜ୍ୟେଷ୍ଠ ନାଗରିକ ଦିବସ ପାଳନ କରାଯାଇଥାଏ। ଆଜିର ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଶ୍ରୀ ପ୍ରଫୁଲ୍ଲ କୁମାର ଭତ୍ରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏବଂ ତାଙ୍କ ସହିତ ସୁଧାଂଶୁ ଶେଖର ସିତାରାମ, ଆଇନ୍ ଜୀବୀ ଉଦିତ ଖୋସଲା, ଉଜମିନ ନାୟକ,ରେଭରେଣ୍ଡ୍- ପାଲ୍ ଉପସ୍ଥିତ ରହିଥିଲେ। ଏହି ବୟୋଜ୍ୟେଷ୍ଠ ନାଗରିକ କମିଟି ପକ୍ଷରୁ ପ୍ରତିବର୍ଷ ବଡ଼ଦିନରେ ଗରିବ ଓ ଅସହାୟ ଲୋକଙ୍କୁ ସାଲ୍, କମ୍ବଳ, ଏବଂ ଖାଇବାକୁ ମଧ୍ୟ ଦେଉଥିବା ସୂଚନା ମିଳିଛି। ପ୍ରତିମାସ ଦ୍ଵିତୀୟ ଶନିବାର ଦିନ ଏହି କମିଟି ଦ୍ଵାରା ଏକ ମିଟିଂ କରାଯିବା ନେଇ ସୂଚନା ଦେଇଛନ୍ତି ଏବଂ ଏହି ବୟୋଜ୍ୟେଷ୍ଠ ନାଗରିକ କମିଟିର ଯଦି କୌଣସି ସଦସ୍ୟ ପୀଡ଼ିତ ଥିଲେ କମିଟି ତରଫରୁ ଆର୍ଥିକ ସାହାଯ୍ୟ କରାଯିବାର ମଧ୍ୟ ବ୍ୟବସ୍ଥା ରହିଛି। ଏହି ବୟୋଜ୍ୟେଷ୍ଠ ନାଗରିକ କମିଟିରେ ୩୫ରୁ ଉର୍ଦ୍ଧ୍ବ ସଦସ୍ୟ ରହିଥିବା ସୂଚନା ମିଳିଛି। ଏହି ବୟୋଜ୍ୟେଷ୍ଠ ନାଗରିକ କମିଟିର ସଭାପତି ଭାବେ ବାବୁରାଓ ସ୍ମିତ୍, ଉପସଭାପତି ଭାବେ ଆଲବନ ବେନିଆ, ସେକ୍ରେଟାରୀ ସୁବାଷ ନାୟକ, ରହିଥିବା ବେଳେ ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ ଆଶା କିରଣ ବାଘ, ରହିଛନ୍ତି। ସେପଟେ କୋଷାଧ୍ୟକ୍ଷ ଭାବେ ତ୍ରିନାଥ ନାୟକ, ଏବଂ ଏଡଭାଇଜର୍ ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀ ରଜତ ବିଶ୍ଵାସୀ ରହିଛନ୍ତି ଓ ଶ୍ରୀ ଯୀଶୁ ଦାନ ବିଶୋଇ କୋଡିନେଟର୍ ଭାବେ ରହିଛନ୍ତି। ଏହି ବୟୋଜ୍ୟେଷ୍ଠ ନାଗରିକ କମିଟିର ବୟସ୍କ ବ୍ୟକ୍ତି ଭାବେ ଶ୍ରୀ ଉଜ୍ଜ୍ୱଳ ଚନ୍ଦ୍ର ଭତ୍ରାଙ୍କୁ ସମ୍ମାନ କରାଯାଇଥିଲା।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *