Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁରରେ ପ୍ରଥମ ଥର ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା

1 min read

କୋରାପୁଟଜିଲ୍ଲା(ସଖପ୍ର): ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ଜୟପୁରଠାରେ ଆୟୋଜନ କରାଯାଇଛି। ସେଥିରେ ସମୁଦାୟ 26 ଟି ଚଳଚ୍ଚିତ୍ର ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଆସିଥିଲା ସେଥିମଧ୍ୟରୁ 17 ଟି ଚଳଚ୍ଚିତ୍ର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ବିଶିଷ୍ଠ ନାଟ୍ୟକାର ସର୍ବଶ୍ରୀ ଗୋପାଳ କୃଷ୍ଣ ସାମନ୍ତରାୟ, ସନ୍ତୋଷ ଦାସ, ବାମଦେବ ମହାପାତ୍ର ବିଚାରକ ଭାବେ ରହିଥିଲେ । ସ୍ଥାନୀୟ ଅଗ୍ରସେନ ଭବନରେ ସମସ୍ତ ଚଳଚ୍ଚିତ୍ର ଗୁଡିକୁ ଗତ ଏପ୍ରିଲ 2 ଏବଂ ତିନି ତାରିଖରେ ପ୍ରଦର୍ଶନ କରାଯାଇଥିଲା ଏବଂ 4 ତାରିଖରେ ଉଦଘାଟନୀ ଦିବସରେ JFC team ଦ୍ୱାରା “ମହାନାଟକ” ଜୟପୁର 22 ଜଣ କଳାକାରଙ୍କୁ ନେଇ କରାଯାଇଥିଲା ଏବଂ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରସଂଶିତ ହେଇଥିଲା । ଏପ୍ରିଲ 5 ତାରିଖରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେଇଥିଲା ଉଭୟ ଉତ୍ସବରେ ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ମୁଖ୍ୟଅତିଥି ଭାବେ ଏବଂ ଜୟପୁର ଆକାଶବାଣୀ କେନ୍ଦ୍ର ମୁଖ୍ୟ ଶ୍ରୀ ଗୌରଚନ୍ଦ୍ର ତ୍ରିପାଠୀ, ଶ୍ରୀ ରବୀନ୍ଦ୍ର ପାତ୍ର ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ ସହ ସ୍ୱର ଘୁଙ୍ଗୁରର କଳାକାର ମାନେ ସଂଗୀତ ପରିବେଷଣ କରିଥବା ବେଳେ, କୁନି କୁନି ପିଲାଙ୍କ ନୃତ୍ୟ ଏବଂ ଉପସ୍ଥିତ ଥିବା ବିଶିଷ୍ଠ କଳାକାର ମାନଙ୍କର କଳା ପ୍ରଦର୍ଶନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ଧିରେନ ପଟନାୟକ ପରିଚାଳନା କରିଥିଲେ ଏବଂ ଶ୍ରୀମୁରଲୀ ମହାପାତ୍ର ଏବଂ ଶ୍ରୀଉମାକାନ୍ତ ମହାରଣା ସହଯୋଗ କରିଥିଲେ।
ସ୍ନେହା ଵେବର୍ତ୍ତା ଏବଂ ନିବେଦିତା ପଣ୍ଡା ଦ୍ଵିତୀୟ ଦିବସର ମଞ୍ଚ ପରିଚାଳନା କରିଥିବା ବେଳେ, prath ଦିବସରେ ଶ୍ରୀରଘୁନାଥ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ।


ପ୍ରଥମ ସର୍ବୋତ୍ତମ ଉତ୍ପାଦନ:
“ଅଭିନନ୍ଦନ”
(ତ୍ରିଶକ୍ତି ସିନି ମିଶ୍ରଣ)
ନବରଙ୍ଗପୁର
ଦ୍ୱିତୀୟ ଶ୍ରେଷ୍ଠ ପ୍ରିଡେକ୍ସନ୍:
“MALIPUT OFFLINE”
(J.F.C, Jeypore)
ତୃତୀୟ ଶ୍ରେଷ୍ଠ ଉତ୍ପାଦନ:
“ସଙ୍ଘର୍ଷ”
(ପ୍ରେରାନା ଡ୍ୟାନ୍ସ ଏକାଡେମି, ଜୟପୁର)

Mood Swing
Lock Down ରେ ଆରମ୍ଭ ହୋଇଥିଲା ଆମର ଏ ସଙ୍ଗୀତର ଯାତ୍ରା । 4th September 2020, ପ୍ରତିଷ୍ଠା କରିଥିଲୁ Mood Swing Odisha. ତାର ଠିକ ଗୋଟିଏ ମାସ ପରେ ଅର୍ଥାତ 4 Oct. 2020 ରେ ଆମର ପ୍ରଥମ ରୋମାଣ୍ଟିକ ସିରିଜ ପ୍ରିୟା ମୋର ମୁକ୍ତିଲାଭ ହୋଇଥିଲା । ଏଥିରେ ବହୁ ନାମୀ କଣ୍ଠଶିଳ୍ପୀ କଣ୍ଠଦାନ କରିଥିଲେ । ସୁଶ୍ରୀ ଅନ୍ତରା ଚକ୍ରବର୍ତ୍ତୀ, ଶ୍ରୀ ଦେବେନ୍ଦ୍ର ଅଧିକାରୀ, ଶ୍ରୀ ଯୋଗେନ୍ଦ୍ର ମହାପାତ୍ର, ସୁଶ୍ରୀ ଅନୁରାଧା ପାଣିଗ୍ରାହୀ, ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟ, ଶ୍ରୀମାନ ଦୀପ୍ତିମାନ ଷଡଙ୍ଗୀ, ଶ୍ରୀମାନ ସନାତନ ପୁରୋହିତ ଦାସ, ଶ୍ରୀ ନିହାର ରଂଜନ ଆଚାର୍ଯ୍ୟ ପ୍ରମୁଖ ଅଦ୍ୟାବଧି କଣ୍ଠଦାନ କରି ସାରିଛନ୍ତି । ମୂଡ଼ ସ୍ୱିଙ୍ଗ ଓଡିଶା
ଏଯାବତ 16 ଟି ଆଧୁନିକ ଗୀତ ଓ 2 ଟି ଭଜନ ରିଲିଜ କରିସାରିଛି । ଆଗାମୀ ଦିନରେ 2 ଟି ରୋମାଣ୍ଟିକ ସିରିଜ ‘କଇଁ ଝୁରେ ଜହ୍ନକୁ’ ଓ ‘ ଜହ୍ନଠୁ ଲାଜେଇ ସେ ଝିଅ’ ରିଲିଜ କରିବ । ଆସନ୍ତା Mother’s Day ରେ ଏକ ମା’ ଙ୍କ ତ୍ୟାଗ ଉପରେ ବର୍ଣ୍ଣିତ ଗୀତଟିଏ ରିଲିଜ କରିବ । ଏହି ଗୀତ ମାନଙ୍କର ଗୀତିକାର ଓ ସଙ୍ଗୀତ, ମୂଡ଼ ସ୍ୱିଙ୍ଗ ଓଡିଶା youtube ଚ୍ୟାନେଲର ପ୍ରତିଷ୍ଠାତା, ଶ୍ରୀ ନିହାର ରଂଜନ ଆଚାର୍ଯ୍ୟ ଦେଇଛନ୍ତି । ବୋଲି ଧିରେନ ପଟ୍ଟନାୟକ ଜଣାଇଛନ୍ତି।


(ସିିମାଦ୍ରି ଶ୍ରୀନିବାସ ରାଓଙ୍କ ରିପୋର୍ଟ)

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *