Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜାତୀୟ ଆଇନ ସେବା ଦିବସ ପାଳନ

1 min read

କୋରାପୁଟଜିଲ୍ଲା/ଜୟପୁର ୦୯/୧୧ (ସଖପ୍ର) :ଆଜି ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶ ତଥା ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଶ୍ରୀ ସତ୍ୟନାରାୟଣ ମିଶ୍ରଙ୍କ ତତ୍ବାବଧାନରେ ଜାତୀୟ ଆଇନ ସେବା ଦିବସ ଅବସରରେ ହରଡାପୁଟ ଗ୍ରାମସ୍ଥିତ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନ ସେବା ପ୍ରାଧିକରଣର ସଚିବ ତଥା ସ୍ଥାୟୀ ଲୋକ ଅଦାଲତ ବିଚାରପତି ଶ୍ରୀ ସୁମନ ଜେନା, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ହରଡାପୁଟ ଗ୍ରାମ ପଞ୍ଚାଯତ ସରପଞ୍ଚ, ପଞ୍ଚାୟତ ଅଧିକାରୀ, ପାରା ଲିଗାଲ ସ୍ଵେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ଛାତ୍ରୀ ମାନଙ୍କୁ ଆଇନ ସେବା ଦିବସ ପାଳନର ତତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ଭାରତୀୟ ସମ୍ବିଧାନରେ ପ୍ରଦତ୍ତ ବିଭିନ୍ନ ମୌଳିକ କର୍ତ୍ତବ୍ୟ ଓ ଅଧିକାର, ସ୍ଵାଧୀନତା ଓ ସୁରକ୍ଷାର ଅଧିକାର, ଆଇନଗତ ସମାନତା, ,ସାମାଜିକ ସୁରକ୍ଷାର ଅଧିକାର, ମହିଳା ସଶକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଚିବ ଶ୍ରୀ ଜେନା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ପ୍ରଦାନ କରାଯାଉଥିବା ବିଭିନ୍ନ କାର୍ଯ୍ୟାବଳି ଯେପରି ମାଗଣା ଆଇନସେବା, ମଧ୍ୟସ୍ଥିତା ଓ ଆପୋଷ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ, ପ୍ରାକ-ମକଦ୍ଦମା ସମ୍ପର୍କରେ ଆଲୋକପାତ କରିଥିଲେ । ଏହା ସହିତ ଉପସ୍ଥିତ ଛାତ୍ରୀଙ୍କୁ ବାଧ୍ୟତାମୂଳକ ଶିକ୍ଷାଗତ ଅଧିକାର ଅଧିନିୟମ ଓ ଜାତୀୟ ଆଇନ ସେବାପ୍ରାଧିକରଣ ଦ୍ଵାରା ପ୍ରଦତ୍ତ ୧୦ ଟି ନୂଆ ଯୋଜନା ସାମ୍ବିଧାନିକ କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କରେ ଏବଂ ସରକାରଙ୍କ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା କିପରି ଲୋକମାନଙ୍କ ପାଖକୁ ପହଞ୍ଚିବ ତାହା ଉପରେ ବର୍ଣ୍ଣନା କରିଥିଲେ। ଶେଷରେ ଛାତ୍ର ଆଇନ ସେବା କ୍ଲବ ମାଧ୍ୟମରେ କିପରି ଛାତ୍ର ଛାତ୍ରୀ ନିଜ ନିଜ ଅଞ୍ଚଳରେ ହେଉଥିବା ବିବାଦର ସମାଧାନ ଓ ଗରିବ ଅଭାବି ଲୋକଙ୍କୁ କିପରି ଆଇନ ସେବା ସଂସ୍ଥାର ସହଯୋଗରେ ସାହାଯ୍ୟ ଯୋଗାଇଦେବାରେ ସହାୟକ ହୋଇପାରିବେ ତାହା ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଶିବିରର ପରିସମାପ୍ତି ପରେ ଛାତ୍ରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟାତ୍ରୀ, ଅଭିଭାବକ, ସ୍ଵେଚ୍ଛାସେବୀ ଓ ଗ୍ରାମବାସୀଙ୍କୁ ନେଇ ଏକ ବିଶାଳ ରାଲି ବିଭିନ୍ନ ଆଇନ ସଚେତନତା ସମ୍ପର୍କିତ ସ୍ଲୋଗାନ ଓ ବାର୍ତ୍ତା ଦେଇ ହରଡାପୁଟ ଓ ପାଖ ଗ୍ରାମ ପରିକ୍ରମା କରିଥିଲେ। ଏହି ରାଲି ଗ୍ରାମ ପରିକ୍ରମା କରିବା ପରେ ଆଇନ ସେବା ସଂସ୍ଥାର କାର୍ଯ୍ୟକଳାପ ଓ ସଫଳତା ତଥା ଆଇନ ସେବା ସଂସ୍ଥାର ବିଭିନ୍ନ କାର୍ଯ୍ୟକ୍ରମ ଯଥା ଲୋକ ଅଦାଲତ,ମଧ୍ୟସ୍ଥିତା, ପ୍ରାକ-ମକଦ୍ଦମା, ଆଇନ ସାକ୍ଷରତା, ଜାତୀୟ ଆଇନ ସେବା ଦ୍ଵାରା ପ୍ରଦ୍ଦତ୍ତ ବିଭିନ ଯୋଜନା, ବିଭିନ୍ନ ସ୍ତରରେ ରହିଥିବା ବିଚାର ବିଭାଗ ଓ ଏହାର କାର୍ଯ୍ୟକାରିତା, ପୀଡିତା କ୍ଷତିପୂରଣ, ସମ୍ମୁଖ କାର୍ଯ୍ୟାଳୟ, ପାରା ଲିଗାଲ ସ୍ଵେଚ୍ଛାସେବି,ପ୍ୟାନେଲ ଓକିଲ, କାରାଗାର ଲୋକ ଅଦାଲତ ଭଳି ବିଭିନ୍ନ କାର୍ଯ୍ୟକ୍ରମ ସମନ୍ଧୀୟ ଏକ ପ୍ରଦର୍ଶନୀ ଷ୍ଟଲ ପାଖକୁ ଯାଇଥିଲେ । ପ୍ରଦର୍ଶନୀ ଷ୍ଟଲକୁ ସଚିବ ଶ୍ରୀ ଜେନା ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଗ୍ରାମ ବାସୀଙ୍କୁ ଆଇନ ସେବାର କାର୍ଯ୍ୟକ୍ରମ ସମ୍ପର୍କରେ ଲିଫଲେଟ ଓ ବୂକଲେଟ ବଣ୍ଟନ କରି ଆଇନ ସେବା କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ପ୍ରଦର୍ଶନୀ ଷ୍ଟଲରେ ଆଇନ ସେବା ସଂସ୍ଥାର କାର୍ଯ୍ୟକର୍ତା ଉପସ୍ଥିତ ରହି ଦିନ ତମାମ ଗ୍ରାମବାସୀଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସୁଶିଳା ପେଣ୍ଠିଆ, ହରଡାପୁଟ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ରବୀନ୍ଦ୍ର ଗଉଡ,ଶିକ୍ଷକ ଶ୍ରୀ ବିପିନ ମହାରଣା, ପାରା ଲିଗାଲ ସ୍ଵେଚ୍ଛାସେବୀ ଶ୍ରୀ ସୋମନାଥ ମହାନ୍ତି, ପଞ୍ଚାଯତ ଅଧିକାରୀ ଶ୍ରୀ ହରି ଜାନୀ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମକର୍ତା ପ୍ରମୁଖ କାର୍ଯ୍ୟକ୍ରମର ସଫଳତାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *