Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଘୋଡାରେ ବସି ବିଚ୍ଛିନ୍ନାଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କଲେ ଯୁବ ଇଞ୍ଜିନିୟର…

1 min read

ମାଲକାନଗିରି: ଜିଲ୍ଲାରେ ଦେଖିବାକୁ ମିଳିଛି ପୁଣି ଏକ ନିଆରା ଚିତ୍ର । ଘୋଡା ପିଠିରେ ବସି ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରୁଛନ୍ତି ଯୁବ ଇଞ୍ଜିନିୟର । ମାଲକାନଗିରି ଜିଲ୍ଲା ଚିତ୍ରୋକୋଣ୍ଡା ବ୍ଲକ୍ ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳରେ ରାସ୍ତା, ଘାଟ ନାହିଁ । ତେଣୁ ସରକାରୀ କାର୍ଯ୍ୟ ତଦାରଖ କରିବା ପାଇଁ ଜଣେ ଯୁବ ଇଞ୍ଜିନିୟର ଘୋଡାରେ ବସି ଯାଉଛନ୍ତି |ଘୋଡାରେ ବସିଛନ୍ତି ଇଞ୍ଜିନିୟର ବାବୁରାଜ୍ୟ ସରକାର ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ସ୍ଵାଭିମାନ ଅଞ୍ଚଳ ଭାବେ ଗଢି ତୋଳିବା ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ଏହାପରେ ଦୀର୍ଘ ବର୍ଷ ଧରି ମୁଖ୍ୟ ସ୍ରୋତରୁ ଦୂରରେ ଥିବା ବିଚ୍ଛିନ୍ନାଞ୍ଚଳର ଆଦିବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାସ୍ତା ଘାଟ ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଉଛି । ଏଥିପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ ହେବାରୁ ଜଣେ ଯୁବ ଇଞ୍ଜିନିୟର ସାଇ ବେହେରା ରାସ୍ତା ଘାଟ ନଥିବାରୁ ଘୋଡାରେ ବସି ଅଞ୍ଚଳ ପରିଦର୍ଶନ କରୁଛନ୍ତି ।ପୂର୍ବରୁ ଶିକ୍ଷା ଦାନ ପାଇଁ ସିଆରସିଙ୍କ ସହ ଶିକ୍ଷକ ମାନେ ନିଜ ଜୀବନକୁ ବାଜି ଲଗାଇ ନଦୀ ନାଳ ପାର ହୋଇ ଘୋଡାରେ ବସି ଯାଉଥିବାର ଚିତ୍ର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଲାଲଗଡରେ ଯୁବ ଇଞ୍ଜିନିୟରଙ୍କ ସରକାରୀ କାର୍ଯ୍ୟ ତଦାରଖ କରିବା ପାଇଁ ଯେଉଁ ଚିତ୍ର ଏବେ ସାମ୍ନାକୁ ଆସିଛି ଏହା ଅନ୍ୟ ସରକାରୀ ଅଧିକାରୀଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *