Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ସାଧାରଣତନ୍ତ୍ର ଦିବସ ଏବଂ ସରସ୍ବତୀ ପୂଜା ପାଳିତ

1 min read

ବ୍ରହ୍ମପୁର (ସଖପ୍ର): ସ୍ଥାନୀୟ ଲାଞ୍ଜିପଲ୍ଲୀ ଗୁଡସ୍ ସେଡ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ୭୪ ତମ ସାଧାରଣତନ୍ତ୍ର ଦିବସ ଏବଂ ସରସ୍ବତୀ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି । ମୂଖ୍ଯ ଅତିଥି ରୂପେ ବିଦ୍ୟାଳୟର ସଭାପତି ପ୍ରଶାନ୍ତ ମହାପାତ୍ର , ସଂପାଦିକା ଅନୀତା କୁମାରୀ ପାଢି, ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ପରିଡା ଏବଂ ମ୍ଯାନେଜର ସାଇ ସନ୍ତୋଷ ନନ୍ଦ ମହାପୁରୁଷଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଳ ଅର୍ପଣ କରିଥିଲେ ଏବଂ ପତକା ଉତ୍ତୋଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ପ୍ରେରଣା ଦାୟୀ ଉଦବୋଧନ ଦେଇଥିଲେ ।

ବିଦ୍ୟାଳୟର ସ୍କାଉଟ ଗାଇଡ ମାଷ୍ଟର ମଧୁସ୍ମିତା ହୋତାଙ୍କ ତତ୍ତ୍ବାବଧାନରେ ଶାରିରୀକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ଏନସିସି ସି ଟି ଓ କିଶୋର କୁମାର ପଟ୍ଟନାୟକ ସହଯୋଗ କରିଥିଲେ। ସାସ୍କୃତିକ କାର୍ଯ୍ୟକ୍ରମ ରୂପେ ଝାଙ୍କି ମୂଖ୍ଯ ଆର୍କଷଣ ଥିଲା । ପରେ ମୂଖ୍ଯ ଅତିଥି ଏବଂ ଛାତ୍ର ଛାତ୍ରୀ ମାନେ ମାଆ ସରସ୍ଵତୀଙ୍କ ପୂଜା ମଣ୍ଡପ ପାଖକୁ ଗଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *