Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗଣମାଧ୍ୟମ ପ୍ରତିନିଧିମାନେ ସ୍କୁଲକୁ ଯାଇ ଖବର ସଂଗ୍ରହ କରି ପାରିବେ

1 min read

ଭୁବନେଶ୍ୱର (ସଖପ୍ର): ସ୍କୁଲକୁ ଯାଇପାରିବେ ସାମ୍ବାଦିକ । ବିଭିନ୍ନ ମହଲରେ ଗୋଟିଏ ଦିନର ପ୍ରତିକ୍ରିୟା ପରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠୀ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସାମ୍ବାଦିକଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ଲାଗି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସରକାରଙ୍କ ନିର୍ଦ୍ଦେଶ ପରେ ରାଜନୀତି ଜୋର ଧରିଥିଲା । ତେବେ ଆଜି ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି । ସାମ୍ବାଦିକମାନେ ସ୍କୁଲକୁ ଯାଇପାରିବେ, କିନ୍ତୁ କ୍ଲାସ ଟାଇମ୍‌ରେ ଯାଆନ୍ତୁନି । କ୍ଲାସ ସରିବା ପରେ ସେମାନେ ସ୍କୁଲ ଯାଇପାରିବେ ଓ ସମସ୍ୟା ବୁଝିପାରିବେ । ଏଥିପାଇଁ ପରିଚାଳନା କମିଟି ସହ ଆଲୋଚନା କରିବାକୁ ପଡ଼ିବ ବୋଲି ଜିଲ୍ଲାପାଳ କହିଛନ୍ତି।ସୂଚନାଯୋଗ୍ୟ ଗଣମାଧ୍ୟମକୁ ସ୍କୁଲ କ୍ୟାଂପସ୍ ମନା କରାଯାଇଥିଲା । ଢେଙ୍କାନାଳ କଙ୍କଡାହାଡ ବ୍ଲକ ଶିକ୍ଷାଅଧିକାରୀଙ୍କ ନିର୍ଦ୍ଦେଶନାମା ଅନୁସାରେ ବ୍ଲକର ସବୁ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଓ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଚିଠି କରାଯାଇ କୁହାଯାଇଥିଲା । ବିନା ଅନୁମତିରେ ଗଣମାଧ୍ୟମ ପ୍ରତିନିଧି ସ୍କୁଲ୍ ଭିତରକୁ ପ୍ରବେଶ କରିପାରିବେ ନାହିଁ, କି ପିଲା ଓ ଶିକ୍ଷକଙ୍କୁ ପ୍ରଶ୍ନ ପଚାରିପାରିବେ ନାହିଁ ବୋଲି କୁହାଯାଇଥିଲା ।ତେବେ ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର ଧରିଥିଲା । ପୂର୍ବତନ ଗଣଶିକ୍ଷା ସଚିବ ତଥା ବର୍ତ୍ତମାନର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହାକୁ କଡା ଭାଷାରେ ନିନ୍ଦା କରିଥିଲେ । ସାମ୍ବାଦିକଙ୍କୁ ସ୍କୁଲ୍ ହତାକୁ ପ୍ରବେଶ କରାଇ ନଦେବା ହାସ୍ୟାସ୍ପଦ ବୋଲି କହିଥିଲେ । ବିଭିନ୍ନ ମହଲରେ ଏହାକୁ ଦୃଢ ନିନ୍ଦା କରାଯାଇଥିଲା। ଶେଷରେ ନିଷ୍ପତ୍ତି ବଦଳିଲା।

ସବୁବର୍ଗ ଖବର

2 thoughts on “ଗଣମାଧ୍ୟମ ପ୍ରତିନିଧିମାନେ ସ୍କୁଲକୁ ଯାଇ ଖବର ସଂଗ୍ରହ କରି ପାରିବେ

  1. I was very happy to find this website. I want to to thank you for ones time due to this fantastic read!! I definitely loved every part of it and i also have you book-marked to check out new stuff on your site.

Leave a Reply to שירותי ליווי Cancel reply

Your email address will not be published. Required fields are marked *