Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗଞ୍ଜେଇ ଚାଷ ପାଇଁ ମିଳିପାରେ ଅନୁମତି

1 min read

ଭୁବନେଶ୍ୱର ୧୮/୧୧: ଗଞ୍ଜେଇ ଚାଷ ପାଇଁ ମିଳିପାରେ ଅନୁମତି । ଖୁବ୍ ଶୀଘ୍ର ସରକାର ଅବକାରୀ ନୀତିରେ ବଡ ଧରଣର ପରିବର୍ତ୍ତନ କରିପାରନ୍ତି । ଗଞ୍ଜେଇ ଚାଷକୁ ବୈଧ କରିବା ପାଇଁ ଅବକାରୀ ବିଭାଗ ଚିନ୍ତା କରୁଛି । ଏଥିପାଇଁ ୧୯ ନଭେମ୍ବରରେ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ଏ ନେଇ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଅବକାରୀ ବିଭାଗ ପକ୍ଷରୁ ଯୁଗ୍ମ ସଚିବ ଅବକାରୀ କମିଶନରଙ୍କୁ ଏକ ପତ୍ର ଲେଖାଯାଇଛି । ଯଦି ଗଞ୍ଜେଇ ଚାଷ ବୈଧ ହୋଇଯିବ ତେବେ ଆଉ ବେପାରୀମାନେ ଲୁଚାଛପାରେ ଗଞ୍ଜେଇ ଚାଷ କରିବେନି କିମ୍ବା କଡା ଦଣ୍ଡ ଭୋଗିବାକୁ ପଡିବନି । ଗଞ୍ଜେଇ ବେପାରୀଙ୍କ ପାଇଁ ସରକାରଙ୍କର ଏହି ପଦକ୍ଷେପ ସ୍ବାଗତଯୋଗ୍ୟ ହେବ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *