10/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟ ଜିଲ୍ଲା ଯାଦବ ମହାସଭାର ବୈଠକ ଅନୁଷ୍ଠିତ

ଲମତାପୁଟ, ୧୫/୧/୨୩ ଲମତାପୁଟ ବ୍ଲକ ଗୋଡିପୁଟ ଠାରେ ଆଜି କୋରାପୁଟ ଜିଲ୍ଲା ଯାଦବ ମହାସଭାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାଥିରାମ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ଅତିଥି ରୂପେ ଜିଲ୍ଲା ପରିଷଦ ସଦସ୍ୟ ପୂର୍ଣ୍ଣ ପାଙ୍ଗି, ନବରଙ୍ଗପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବଦାସ ମହାଙ୍କୁଡ଼, ସମ୍ପାଦକ ମନୋଜ ମହଙ୍କୁଡ଼, ଯୁବ ସଭାପତି ନବଘନ ଗୌଡ଼, ମାଲକାନଗିରି ସଭାପତି ପରମେଶ୍ୱର ପାତ୍ର, ସମ୍ପାଦକ ସଦାଶିବ ଗୌଡ଼, ଉପସଭାପତି ଶ୍ରୀନାଥ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଜାତିର ଉନ୍ନତି ଉପରେ ଆଲୋଚନା କରିଥିଲେ । ବିଶେଷକରି ଗୌଡ଼ ମାନଙ୍କୁ ଗିରିଜନ ମାନ୍ୟତା, ଜାତିଭିତିକ ଜନଗଣନା, ନିର୍ବାଚନରେ ସଂରକ୍ଷଣ ଉପରେ ନେତାମାନେ ଦାବୀ ରଖିଥିଲେ ।

ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକରେ ଯାଦବ ସମ୍ମିଳନୀ ସହ କୋରାପୁଟ ଠାରେ ଏକ ଲକ୍ଷ ଯାଦବଙ୍କୁ ନେଇ ସମ୍ମିଳନୀ କରିବାକୁ ନିଷ୍ପତ୍ତି ହୋଇଥିଲା । କୋରାପୁଟ ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ଗୌଡ଼ ଅବିଭକ୍ତ ଜିଲ୍ଲାର ନେତାଙ୍କୁ ନେଇ ଏକ କୋର କମିଟିର ପ୍ରସ୍ତାବ ଦେଇଥିବା ବେଳେ ପୂର୍ଣ୍ଣ ପାଙ୍ଗିଙ୍କୁ ଜିଲ୍ଲା ଯୁବ ଯାଦବ ସମ୍ପାଦକ ରୂପେ ଚୟନ କରାଯାଇଥିଲା । ବୈଠକକୁ ଲମତାପୁଟ ବ୍ଲକ ସଭାପତି ଅର୍ଜୁନ ହନ୍ତାଳ ଆୟୋଜନ କରିଥିବା ବେଳେ ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କୈଳାଶ ଗୌଡ଼, ହରି ଗୌଡ଼, ସନ୍ୟାସୀ ଗୌଡ଼, ଦୈତାରି ଗୌଡ଼, ପ୍ରହ୍ଲାଦ ଖିଲ, ମଧୁ ଗୋଲାରୀ, ଘେନୁ ପାଙ୍ଗି, ନିନୀ ଗୁରୁ ଖରା, ସୁନ୍ଦର ଗୋଲରୀ, ଭକ୍ତ ହନ୍ତାଳ, ସିନ୍ଧୁ ଗୋଲାରୀ, ତ୍ରିନାଥ ପାଙ୍ଗି, ଗୁରୁବନ୍ଧୁ ଖରା, ନନ୍ଦପୁର ସଭାପତି ଗୋବର୍ଦ୍ଧନ ବୈରାଗୀ, ଗୋପୀ ପାଙ୍ଗି, ଗଙ୍ଗାଧର ସମରେଡି, କୃଷ୍ଣ ଖିଲ, କୁନ୍ଦୁରା ବ୍ଲକ ସଭାପତି ପଦଲମ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼ ଧନ୍ୟବାଦ ଦେଇଥିଲେ ।

ସବୁବର୍ଗ ଖବର

1 thought on “କୋରାପୁଟ ଜିଲ୍ଲା ଯାଦବ ମହାସଭାର ବୈଠକ ଅନୁଷ୍ଠିତ

Leave a Reply to Hello World! https://z8tc28.com?hs=cf9c9675799dfd6e88ac69ce4159729e& Cancel reply

Your email address will not be published. Required fields are marked *