Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋଭିଡ ସର୍ଭେ ପାଇଁ ଯାଇ ଥିଲା ବେଳେ ଅଙ୍ଗନବାଡି କର୍ମୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ

1 min read

ଭଦ୍ରକ,୨୩/୦୭ (ସଖପ୍ର): ସରକାରୀ କାର୍ଯ୍ୟରେ କୋଭିଡ ସର୍ଭେ ପାଇଁ ଯାଇ ଥିଲା ବେଳେ ଅଙ୍ଗନବାଡି କର୍ମୀଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ ବିଷୟ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ନାୟକାଣୀ ଦିହ ଥାନା ରଣ ପଦା ଗ୍ରାମରେ। ଏହି ଗ୍ରାମର କମଳିନୀ ମଲ୍ଲିକ କୋଭିଡ ସର୍ଭେ ପାଇଁ ଘର ଘର ବୁଲି ଲୋକଙ୍କ ସହିତ ଆଲୋଚନା କରୁଥିଲା ବେଳେ ଗ୍ରାମର କେତେକ ବ୍ୟକ୍ତି ତାଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଫଳରେ ଗ୍ରାମବାସୀ ମାନେ ତାଙ୍କୁ ଗୁରୁତର ଭାବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏ ସମ୍ପର୍କରେ ନାୟକାଣୀ ଡିହ ଥାନାରେ ଅଭିଯୋଗ କରାଯାଇଛି।କୋଭିଡ ମହାମାରୀ ସମୟରେ ଡକ୍ତର, ନର୍ସ, ଅଙ୍ଗନବାଡି କର୍ମ,ପୋଲିସ, ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମୀମାନେ ନିଜ ଜୀବନକୁ ବାଜୀ ଲଗାଇ ଜନସାଧାରଣଙ୍କୁ ସେବା ଯୋଗାଇଛନ୍ତି କିନ୍ତୁ ସେମାନଙ୍କୁ ସାହାଯ୍ୟ ସହଯୋଗ କରିବା ପରିବର୍ତ୍ତେ ଆକ୍ରମଣ କରିବା ନୀନ୍ଦନୀୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା ବେଳେ ଅଭିଯୁକ୍ତ ମାନେ ଫେରାର ହୋଇ ଯାଇଛନ୍ତି। ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି।

ଭଦ୍ରକ ପ୍ରତିନିଧି ଆଶିଷ ରଞ୍ଜନ ପତି

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *