Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋତାପେଟା ଗ୍ରାମରେ ମା ବଂଙ୍ଗାରାମ୍ମା ଠାକୁରାଣୀ ଯାତ୍ରା ଅନୁଷ୍ଠିତ

1 min read

ରାୟଗଡା (ସଖପ୍ର) : ରାୟଗଡା ଜ଼ିଲ୍ଲା ସଦର ମହାକୁମା ଠାରୁ ମାତ୍ର 5 କିଲୋମିଟର ଦୂରରେ ଅବସ୍ଥିତ କୋଟପେଟା ଗ୍ରାମରେ ମା ବଂଙ୍ଗାରାମ୍ମା ଠାକୁରାଣୀ ଯାତ୍ରା ମୋହାସୋମାରୋହ ରେ ଆଜି ଅନୁଷ୍ଠିତ ହୋଇଯାଇଛି l ଆଜି ଗୋଟିଏ ଦିନ ପାଇଁ ମା ଙ୍କୁ ଗ୍ରାମ କୁ ଅଣାଯାଇଥିଲା l ଦିନ ସାରା ମାଙ୍କ ପୂଜାର୍ଚ୍ଚନା କରାଯାଇଥିଲା l ଆଜି ଗ୍ରାମରେ ବିଭିନ୍ନ ପ୍ରକାର ର ନାଚ ଗୀତ ସହିତ ମାଙ୍କ ଠାରେ ମାନସିକ ଧାରୀ ମାନେ ନିଜ ନିଜ ର ମାନସିକ ରଖି ପୂଜା କରୁଥିଲେ l ସନ୍ଧ୍ୟା ସମୟରେ ମା ଙ୍କୁ ଆସ୍ଥାହୀ ମନ୍ଦିର ରୁ ନିଜ ମନ୍ଦିର ଅଭିମୁଖେ ସହ ସହ ସଂଖ୍ୟାରେ ଦର୍ଶଲୁ ଏକତ୍ରିତ ହୋଇ ବାଦ୍ୟ ବାଜଣା ପାରମ୍ପରିକ ନୃତ୍ୟ ମଧ୍ୟରେ ମା ବଂଙ୍ଗାରାମା ଙ୍କ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ l ମା ନିଜ ମନ୍ଦିରରେ ପହଂଚିଲା ପରେ ମା ଙ୍କ ନୀତି ନିୟମ ମୁତାବକ ପୂଜକ ପୂଜା କରିଲାଥିଲେ l ଏହା ପରେ ମା ଙ୍କୁ ଛେଳି ବଳି ଦିଆଯାଇଥିଲା l ପରେ ପରେ ମାନସିକ ଧାରୀ ଓ ସାଧାରଣ ଭକ୍ତ ମଧ୍ୟ୍ୟ କିଏ କୁକୁଡ଼ା ତ କିଏ ଛେଳି ବଳି ମା ଙ୍କୁ ଦେଇ ଥିଲେ l ବହୁ ବ୍ୟକ୍ତି ମଧ୍ୟ୍ୟ ନିଜ ନିଜ ର ମାନସିକ ରଖିଥିଲେ l ମାଙ୍କ ଠାରେ ଶ୍ରଦ୍ଧା ଓ ଭକ୍ତିରେ ପୂଜା କରି ମାନସିକ ରଖିଲେ ତାହା ନିଶ୍ଚିତ ରୂପେ ପୂରଣ ହୁଏ ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଥିବା ର ଦେଖିବାକୁ ମିଳିଛି l ଏହି ମାଙ୍କ ଯାତ୍ରା କୁ କୋତାପେଟା ଗ୍ରାମ ଉନୟନ କମିଟି ସଭାପତି ଲକ୍ଷମାନ ରାଓ, ମାନିରାତନମ, ବି ଶ୍ରୀନିବାସ, ଶାନ୍ତୁ ବାବୁ ଓ ଅନ୍ୟ ମାନେ ଉପସ୍ଥିତ ରହି ଏହି ଯାତ୍ରା ଅତି ଶାନ୍ତି ଶୃଙ୍ଖଳା ର ସହିତ ସମାପନ କରିଥିଲେ l ଚାନ୍ଦିଲି ଥାନା ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ହୋଇ ନଜର ରଖିଟିଲେ l
ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *