Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୁଡୁମୁଲୁଗୁମ୍ମା DMD ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଉଦଘାଟିତ…

1 min read

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଡାରଉଇନ୍ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟରେ “ଜାତୀୟ ସେବା ଯୋଜନା” ଆନୁକୁଲ୍ୟରେ ୭ ଦିନିଆ ଶୀତକାଳୀନ ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ ହୋଇଯାଇଛି । ଏହି ସେବା ସପ୍ତାହ ଆଜି ଠାରୁ ( ୨୧ ତାରିଖରୁ ୨୭ ତାରିଖ ) ପର୍ଯ୍ୟନ୍ତ କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତର ଦଣ୍ଡସେନାଗୁଡ଼ା ଗ୍ରାମରେ , ଡ ମହାବିଦ୍ୟାଳୟର ୫୦ ଜଣ NSS ଛାତ୍ର ଛାତ୍ରୀ ସେବା ସପ୍ତାହ ପାଳନ ଅବସରରେ ଯୋଗଦେବେ । ସର୍ବପ୍ରଥମେ କାର୍ଯ୍ୟକ୍ରମ ଆରମ୍ଭ ରେ ଠାକୁର ଜଗନ୍ନାଥଙ୍କ ତୈଳଚିତ୍ର କୁ ଧୂପ ଦୀପ ଦେଇ ପୁଜାର୍ଛନା କରାଯାଇଥିଲା ,ଆଜିର ଉଦଘାଟନୀ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ସମାଜସେବୀ ଭଗବାନ ସାହୁ ଯୋଗ ଦେଇଥିଲା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୁଡୁମୁଲୁଗୁମ୍ମା ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ସଞ୍ଜିତା ଖୋସଲା, ବରିଷ୍ଟ ଇତିହାସ ଅଧ୍ୟାପିକା ମଧୁମିତା ବିଶ୍ଵାଳ, କନିଷ୍ଠ ଅଧ୍ୟାପିକା ଏଭିନା ବେହେରା, ରାଜନୀତି ବିଜ୍ଞାନ ଅଧ୍ୟାପକ ଜନ୍ କୋରା, ଇଂରାଜୀ ଅଧ୍ୟାପକ ବିଶ୍ୱଜିତ୍ ମହାନ୍ତି, ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ପରିଚାଳନା କମିଟିର ସଦସ୍ୟ ବିଦ୍ୟାଧର ସାହାଣୀ ଓ ପୂର୍ବତନ ଛାତ୍ର ତଥା ସାମ୍ବାଦିକ ଜ୍ୟୋତି ରଞ୍ଜନ ବେହେରାଙ୍କ ସମେତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଶ୍ରୀ ସାହୁ କହିଥିଲେ ଯେ କୌଣସି କାର୍ଯ୍ୟ ଛୋଟ ହେଉ କି ବଡ ହେଉ ଯଦି ମନରେ ସଦିଚ୍ଛା, ତ୍ୟାଗ ଓ ସେବା ଭାବନା ସହ କରାଯାଏ ନିଶ୍ଚିତ ଭାବରେ ଏହା, ଏକ ଉଚ୍ଚକୋଟୀ ମାନବତାର ପ୍ରତୀକ ଭାବେ ସର୍ବସ୍ତରରେ ଗ୍ରହଣୀୟ ହୋଇପାରିବ । କାର୍ଯ୍ୟକ୍ରମ ଶେଷରେ ଇତିହାସ ବରିଷ୍ଟ ଅଧ୍ୟାପିକା ମଧୁମିତା ବିଶ୍ଵାଳ ସମସ୍ତ ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କୁ, ଏହି ମହାନ ସେବା ଅଭିଯାନ ର ଅ°ଶ ବିଶେଷ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *