Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କାଶୀପୁର ବ୍ଲକର ଦୁର୍ଗମ ଗ୍ରାମରେ ମଶାରୀ ବାଣ୍ଟି ଲୋକଙ୍କୁ ସଚେତନ କଲେ ଅନୁସୟା

1 min read

ରାୟଗଡା : ରାୟଗଡା ଜ଼ିଲ୍ଲା ସ୍ବତନ୍ତ୍ର ବିକାଶ ପିରଷଦର ଅଧ୍ୟକ୍ଷା ଅନୁସୟା ମାଝି କାଶୀପୁର ବ୍ଲକର କୁଚେଇପଦର ପଞ୍ଚାୟତର ଦୁର୍ଗମ ଗ୍ରାମ ଖଜୁରୀଗୁଡା ଏବଂ ପୁଖେଣ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ମଶାରୀ ବଣ୍ଟନ କରିଛନ୍ତି।ପ୍ରତିବର୍ଷ ଏହି ଅଂଚଳରେ ବର୍ଷାଦିନେ ଲୋକେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି।ତେବେ ବର୍ଷା ପୂର୍ବରୁ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷା ଅନୁସୟା ମାଝି ଏହି ଗ୍ରାମରେ ପହଞ୍ଚି ଲୋକଙ୍କୁ ଡାକି ଏକ ସଭା କରିବା ସହ କିପରି ମ୍ୟାଲେରିଆରୁ ରକ୍ଷା ପାଇବେ ସେନେଇ ସଚେତନ କରାଇଥିଲେ।ଏଥିସହ ସମସ୍ତଙ୍କୁ ଗୋଟିଏ ଲେଖାଏଁ ମଶାରୀ ପ୍ରଦାନ କରିଥିଲେ। ବର୍ଷା ଦିନ ଆରମ୍ଭ ହୋଇଥିବା ରୁ ଦୂଷିତ ଝରଣା ପାଣି ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଇଥିଲେ ଓ ପାଣି କୁ ଗରମ କରି ବ୍ୟବହାର ପାଇଁ କହିଥିଲେ l ଦୁଇ ଗ୍ରାମର ପ୍ରାୟ ଶତାଧିକ ଗ୍ରାମବାସୀ ମଶାରୀ ପାଇ ଖୁସି ଜାହିର କରିଥିଲେ।ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ନେଉନଥିବା ଦେଖିବାକୁ ମିଳିଥିଲା।ପ୍ରକାଶ ଥାଉକି କାଶୀପୁର ଅଂଚଳର ଦୁର୍ଗମ ଗ୍ରାମଗୁଡିକରେ ପ୍ରତିବର୍ଷ ହଇଜା ଓ ମ୍ୟାଲେରିଆରେ ଲୋକେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି।ତେବେ ଲୋକେ ସଚେତନ ନଥିବାରୁ ଏଭଳି ଅବସ୍ଥା ହେଉଥିବା ଦେଖିବାକୁ ମିଳିଛି।ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମାଝିଙ୍କ ଏହି ପ୍ରୟାସ ଲୋକଙ୍କ ଜୀବନ ବଞ୍ଚାଇବାରେ ଏକ ବଡ ପଦକ୍ଷେପ ବୋଲି ସାଧାରଣରେ ପ୍ରଶଂସା କରାଯାଇଛି।
ରାୟଗଡା ପ୍ରତିନିଧି ଅମୁଲ୍ୟ ନିଶଙ୍କ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *