Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କାମରେ ଅହେତୁକ ବିଳମ୍ବ, କେନ୍ଦୁଝର ତହସିଲରେ ତାଲା ପକାଇଲେ ଲୋକେ

1 min read

କେନ୍ଦୁଝରଜିଲ୍ଲା:(ସଖପ୍ର) କେନ୍ଦୁଝର ସଦର ତହସିଲ କାର୍ଯ୍ୟାଳୟରେ ତାଲା ପଡିଲା । ତାଲା ପକାଇଲେ ସାଧାରଣ ଲୋକେ। ତହସିଲରେ କମ କର୍ମଚାରୀ ଥିବା ହେତୁ ବିଭିନ୍ନ କାମରେ ଅହେତୁକ ବିଳମ୍ବ ହେଉଛି । ତହସିଲକୁ ବାରମ୍ବାର ଆସି ନିରାଶ ହେବାକୁ ପଡୁଛି । ଯାହାର ପ୍ରତିବାଦ କରି ଲୋକେ (ମଙ୍ଗଳବାର) କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ।ହାସହ ତହସିଲ କାର୍ଯ୍ୟାଳୟ ମଧ୍ୟ ଘେରାଉ କରିଛନ୍ତି । ଫଳରେ ତହସିଲ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ସୂଚନା ଥାଉକି, କେନ୍ଦୁଝର ସଦର ତହସିଲ କାର୍ଯ୍ୟାଳୟର ଅର୍ଦ୍ଧାଧିକ କର୍ମଚାରୀଙ୍କୁ ଡେପୁଟେସନରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପଟ୍ଟା ମିଳିବା କ୍ଷେତ୍ରରେ ଅହେତୁକ ବିଳମ୍ବ ହେଉଛି।ପଟ୍ଟା ପାଇଁ ତହସିଲ କର୍ମଚାରୀ ହାତଗୁଞ୍ଜା ନେଉଥିବା ଜନ ସାଧାରଣ ଚର୍ଚ୍ଚା କରୁଛନ୍ତି। ଜିଲ୍ଲା ପ୍ରଶାସନ ଏ ଦିଗକୁ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *