କଳାହାଣ୍ଡି ବିଜୁ ଜନତାଦଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ
1 min readକଳାହାଣ୍ଡି (ସଖପ୍ର): ଆଜି ରାଜ୍ୟ କ୍ୟାବିନେଟରେ କଳାହାଣ୍ଡି ଜିଲ୍ଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆମପାଣି ଠାରୁ ସିନାପାଲି ଭାୟା ଧର୍ମଗଡ଼-ଗୋଲାମୁଣ୍ଡା 4Lane ‘ବିଜୁ ଏକ୍ସପ୍ରେସ ଓ୍ବେ’ ପ୍ରାୟ ୭୧ କିମି ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ୧୮୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିପାଇଁ କଳାହାଣ୍ଡି ବିଜୁ ଜନତା ଦଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଦିଆଯାଇଛି । ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ଅର୍ଥନୈତିକ ଓ ଶିଳ୍ପ କରିଡୋର ହେବାପାଇଁ ଏହା ନିଶ୍ଚିତ ସହାୟକ ହେବ ବୋଲି ମାନ୍ୟବର ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ହୋଟେଲ ଭାଗୀରଥି ଇନ ଠାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ବିଜୁ ଜନତା ଦଳ ତରଫରୁ ହୋଇଥିବା ଧନ୍ୟବାଦ ବୈଠକରେ ବରିଷ୍ଠ ବିଜେଡି ନେତା ଜିତେନ୍ଦ୍ର ମହାନ୍ତି, ପ୍ରବୋଦ ରଥ, ଯୁବ ସଭାପତି ଆଦିତ୍ୟ ନନ୍ଦ, ଭବାନୀ ଶଙ୍କର ନିଆଲ, ପ୍ରଦୀପ ମୁଣ୍ଡ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
କଳାହାଣ୍ଡିରୁ ଲକ୍ଷ୍ମୀକାନ୍ତ ଖମାରୀ