Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କରୋନାରେ ମୁକାବିଲା ପାଇଁ ସରପଞ୍ଚ ଜନଜାତିକୁ ସଚେତନତା ଶିଖାଇ ପ୍ରଶଂସା ସାଉଁଟିଲେ

1 min read

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲା ସଦର ମହକୁମା ଠାରୁ ଅନତି ଦୂରରେ ଅବସ୍ଥିତ କୁଲି ଗ୍ରାମପଞ୍ଚାୟତର ପ୍ରାୟ 3000ହଜାର ଜନସଂଖ୍ୟା ବିଶିଷ୍ଟ ଏହି ପଂଚାୟତରେ ବହୁ ଅନୁସୂଚିତ ଜାତି ଜନଜାତି ଶ୍ରେଣୀର ଲୋକ ବାସ କରନ୍ତି । ଏହି କରୋନା ମହାମାରିରୁ ରକ୍ଷା ପାଇବା ପାଇଁ ହାତକୁ ସାବୁନରେ ଧୋଇବା ସହିତ ଘରୁ ବାହାରକୁ ନ ବାହାରିବା ଓ ଘରୁ ବାହାରିଲେ ସାମାଜିକ ଦୂରତା ରକ୍ଷା କରିବା ପାଇଁ କୁଲି ୟୁବ ଆଦିବାସୀ ସରପଞ୍ଚ ହରପ୍ରସାଦ ହେପରିକା ନିଜ ନିଜର ସହଯୋଗୀ ଲାଲୁ ସେନାପତି ସିନ୍ଦୁର ରାଓ, ପାଲକା ନକୁଳ ସାରକ ,ଅଜିତ କାରକରିଆଙ୍କ ସହ ବିଭିନ୍ନ ଗ୍ରାମ କନୋଲି,ନନ୍ଦାବାଡି, କୁଞ୍ଜବାଡ଼ି ,ଖିଲାପଦର, ପୁଟୁକପଦୁ ,କୁଲି କୁଲୀଗୁଡ଼ା, ମନ୍ତ୍ରଝୋଲା ଗ୍ରାମ ବୁଲି ବୁଲି ଜନସାଧାରଣଙ୍କୁ ହାତ ଧୋଇବା ସାମାଜିକ ଦୂରତା ରକ୍ଷା ସହିତ ଘରୁ ନବାହାରିବା ନିମନ୍ତେ ନିବେଦନ କରିଛନ୍ତି । ଏପରିକି ନିଜ ପଇସାରେ ସାବୁନ କିଣି ପ୍ରତ୍ୟେକ ଗ୍ରାମରେ ବଣ୍ଟନ କରୁଛନ୍ତି। ହାର ପ୍ରସାଦ କହିଛନ୍ତି ଯେ ଗାଁ ଲୋକଙ୍କୁ ହାତ ଧୋଇବା ଅଭ୍ୟାସ ନାହିଁ । ତେଣୁକରି ସେମାନଙ୍କୁ ସଚେତନ କରିବା ଆମର କର୍ତବ୍ୟ । ଜନସାଧାରଣ ସଚେତନ ପରେ ସାବୁନରେ ହାତ ଧୋଇବା ଆରମ୍ଭ କଲେଣି ଓ ଗ୍ରାମକୁ ଆସିଥିବା ବ୍ୟକ୍ତିଙ୍କୁ ହାତ ଧୋଇବା ପରେ ଗ୍ରାମରେ ପ୍ରବେଶ ପାଇଁ ଅନୁମତି ଦେଉଛନ୍ତ। ସରପଞ୍ଚଙ୍କ ଏହି ଉଦ୍ୟମକୁ ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *