Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କୁଡୁମୁଲୁଗୁମ୍ମା ଠାରେ ଦେଶାତ୍ମବୋଧକ କବିତା ପାଠୋତ୍ସବ

1 min read

ମାଲକାନଗିରି (ସଖପ୍ର): ଓଡିଆ ଭାଷା ଓ ସାହିତ୍ୟ, ସଂସ୍କୃତି ବିଭାଗ ଆନୁକୂଲ୍ୟରେ, ଓଡିଶା ସାହିତ୍ୟ ଏକାଡେମୀ, ଭୂବନେଶ୍ବର ପକ୍ଷରୁ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ଏକ ସ୍ବତନ୍ତ୍ର ଦେଶାତ୍ମବୋଧକ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆଜାଦୀ କା ଅମୃତ ମହୋତ୍ସବ୨୦୨୨, କୁଡୁମୁଲୁଗୁମ୍ମା ଠାରେ ଅନୁଷ୍ଠିତ ହୋଇଯାଇଛି । କୁଡୁମୁଲୁଗୁମ୍ମା ମାଟି ର କବି ତଥା ସାହିତ୍ୟିକ ଶ୍ରୀ ବଳରାମ ପୂଜାରୀ ଙ୍କ ସଂଯୋଜନା ରେ ଯୁବ ସମାଜସେବୀ ଶ୍ରୀ ଭଗବାନ ସାହୁ ଙ୍କ ଆବାହକତ୍ୱ ଓ ମାଲକାନଗିରି ଜିଲ୍ଲା ସଦସ୍ୟ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନ କଂ ପ୍ରଯୋଜନା ରେ ,ଆୟୋଜିତ ଏହି ମହାର୍ଘ ସାରସ୍ବତ କାର୍ଯ୍ୟକ୍ରମ ରେ କୋଡିଏ ଜଣ କବି,ସାହିତ୍ୟିକ ଓ ବୁଦ୍ଧିଜୀବୀ ତଥା ବରିଷ୍ଠ ନାଗରିକମାନେ ଯୋଗଦାନ କରିଥିଲେ ।ମୂଖ୍ୟ ଅତିଥି ଭାବରେ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡଃ ସନ୍ତୋଷ କୁମାର ଷଡଙ୍ଗୀ, ସଭାପତି ଶ୍ରୀ ବିରୁପାକ୍ଷ ସ୍ୱାଇଁ, ମୂଖ୍ୟ ବକ୍ତା ଶ୍ରୀ ଯୁଗଳ କିଶୋର ସ୍ୱାଇଁ, ସମ୍ମାନୀତ ଅତିଥି ଶ୍ରୀ ଦିଲ୍ଲୀପ କୁମାର ଗଣ୍ଡ, ପ୍ରୀୟମ୍ବଦା ରାଉତ,ମହାଦେବ ମାଡକାମୀ ମନ୍ଚାସୀନ ଥିଲେ ।ସ୍ୱାଧୀନତା ପ୍ରାପ୍ତି ର ସୁନେହେରି ପଞ୍ଚସ୍ତରୀ ବର୍ଷ ର ଉପଲବ୍ଧି କୁ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ, ଦେଶାତ୍ମବୋଧକ କବିତା ପାଠୋତ୍ସବ ମାଧ୍ୟମ ରେ କବି, କବୟତ୍ରୀ, ବୁଦ୍ଧିଜିବୀ ଓ ସାହିତ୍ୟକ ମାନେ ନିଜ ନିଜ ହୃଦୟ ର ସ୍ୱର କୁ ପ୍ରତିବିମ୍ବିତ କରିଥିଲେ ।ନିମନ୍ତ୍ରିତ କବି ମାନଙ୍କ ମଧ୍ୟରେ କବି ବିରୁପାକ୍ଷ ସ୍ୱାଇଁ, କବି ଯୁଗଳ କିଶୋର ସ୍ୱାଇଁ, କବି ହର ପ୍ରସାଦ ସ୍ୱାଇଁ, କବି ମହାଦେବ ମାଡକାମୀ, କବି ଦୀପକ୍ କୁମାର ବଳ,କବି ଉମାଶଂକର ବରାଳ,କବି ବଳରାମ ପୂଜାରୀ,କବି ଦିଲିପ କୁମାର ଗଣ୍ଡ ,କବୀ ପ୍ରୀୟମ୍ବଦା ରାଉତ ,ଡଃ ସନ୍ତୋଷ କୁମାର ଷଡଙ୍ଗୀ, ବିକାଶ ଗୋଛାୟତ,ଗଣେଶ ପ୍ରସାଦ ଦାଶ, ଗୋପୀ ପାଂଗି, ମୋହିତ ମଳୟ ନନ୍ଦୀ ,ଜୌତିରଂଜନ ବେହେରା, ଅଶୋକ କୁମାର ପ୍ରଧାନ, ଭଗବାନ ସାହୁ,ପୁଷ୍ପାଞ୍ଜଳୀ ରଣା ଉପସ୍ଥିତ ହୋଇ ସ୍ୱରଚିତ ଦେଶାତ୍ମବୋଧକ କବିତା ଆବୃତ୍ତି କରିଥିଲେ ।ସ୍ୱାଧୀନତା ଦିବସ ର ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଯୁବ ବୁଦ୍ଧିଜିବୀ ତଥା ଶିକ୍ଷକ ଶ୍ରୀ ହର ପ୍ରସାଦ ସ୍ୱାଇଁ ସୁନ୍ଦର ଓ ଭାବଗର୍ଭକ ଭାଷଣ ପ୍ରଦାନ କରିଥିଲେ ।ସମଗ୍ର ଉତ୍ସବ ରେ କୁଡୁମୁଲୁଗୁମ୍ମା ମାଟି ର କବି ତଥା ସାହିତ୍ୟିକ ଶ୍ରୀ ବଳରାମ ପୂଜାରୀ ସଂଯୋଜନା କରିବା ସହ ଆୟୋଜକ ତଥା ସମାଜସେବୀ ଶ୍ରୀ ଭଗବାନ ସାହୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ ।ସମସ୍ତ ନିମନ୍ତ୍ରିତ ଅତିଥି ଓ କବି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଛ, ଉପଢୌକନ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଏ ସୁନ୍ଦର ସୃଜନ ମନସ୍କ କବିତା ଆସର ସମଗ୍ର କୁଡୁମୁଲୁଗୁମ୍ମା ଅଞ୍ଚଳରେ ଗଭୀର ପ୍ରଭାବ ପକାଇଥିଲା ।ଏହି ଉତ୍ସବ ନିମନ୍ତେ କୁଡୁମୁଲୁଗୁମ୍ମା ର ବୁଦ୍ଧିଜିବୀ ତଥା ଜନସାଧାରଣଙ୍କ ତରଫରୁ ଓଡିଶା ସାହିତ୍ୟ ଏକାଡେମୀ,ଭୂବନେଶ୍ବର ଓ ମାଲକାନଗିରି ଜିଲ୍ଲା ଶାଖା ର ସଭ୍ୟ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନ ଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇ ସୀମାନ୍ତ ଓଡିଶା ରେ ଏ ସୁନ୍ଦର ପ୍ରୟାସ କୁ ପ୍ରଶଂସା କରାଯାଇଛି ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *