10/25/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଡିଶା ମୋ ପରିବାର ପକ୍ଷରୁ ଓକରା ହାଇସ୍କୁଲ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

ଭଦ୍ରକ,୨୩/୦୭ (ସଖପ୍ର): ଓଡିଶା ମୋ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ଭଦ୍ରକ ବ୍ଲକ ଅଧିନସ୍ତ ଓକରା ହାଇ ସ୍କୁଲ ଠାରେ ଅନୁଷ୍ଠିତ ହୋଇଛି।ଏହି ଶିବିରକୁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଅନୁଷ୍ଠାନିକ ଭାବେ ଉଦଘାଟନ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। “ରକ୍ତଦାନ ମହାପୁଣ୍ୟ” କୋଭିଡ ମହାମାରୀ ସମୟର ରକ୍ତଭଣ୍ଡାରରେ ରକ୍ତର ଅଭାବ ଦେଖାଯାଇଛି। ଫଳରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ରୋଗୀମାନଙ୍କ ଜୀବନ ବଞ୍ଚାଇବାକୁ ଆମେ ସମସ୍ତେ ଏହି ରକ୍ତଦାନ ଶିବିର ମାଧ୍ୟମରେ ସାହାଯ୍ୟ ସହଯୋଗ କରିବାକୁ ଅନୁରୋଧ କରିବାସହ ଏକ ସୁସ୍ଥ ସମାଜ ଗଠନ କରିବାପାଇଁ ଚେଷ୍ଟାକରିବାକୁ କରିଥିଲେ। ଏଥିରେ ବିଷ୍ଣୁ ପୁର ପଂଚାୟତ ଶହ ଶହ ଯୁବକ ମହିଳା ମାନେ ଆଗ୍ରହର ସହିତ ଆସି ରକ୍ତ ଦାନ କରିଥିଲେ। ଏହି ରକ୍ତଦାନ ଶିବିର 150 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। କରୋନା ମହାମାରୀ ସମୟରେ ରକ୍ତର ଯେପରି ଅଭାବ ଦେଖା ନ ଯିବ ସେଥିପାଇଁ ଭଦ୍ରକ ବିଧାୟକ ସବୁ ପଂଚାୟତ ପର୍ଯ୍ୟାୟ କ୍ରମେ ଏପରି ରକ୍ତ ଦାନ ଶିବିର ଆୟୋଜନ କରୁଛନ୍ତି। ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଭିନଵ ପ୍ରୟାସକୁ ସମସ୍ତେ ପ୍ରଶଂସା କରିବା ସହିତ ଯଥା ସମ୍ଭବ ସାହାଯ୍ୟ ସହଯୋଗ ଅନ୍ୟ ମାନଙ୍କ କରୁଥିବା ବିଧାୟକ କହିଥିଲେ।

ଭଦ୍ରକ ପ୍ରତିନିଧି ଆଶିଷ ରଞ୍ଜନ ପତି

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *