Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଏସ ଇପିଏ ଟିମର କାଶୀପୁର ଗସ୍ତ: 5ଟି ଅନ୍ତର୍ଗତ ବିଦ୍ୟାଳୟ ପରିଦର୍ଶନ

1 min read

ରାୟଗଡା :ଓଏସ ଇପିଏର ଡେପୁଟି ଡ଼ାଇରେକ୍ଟର ନଳିନୀ କୁମାରୀ ସାହୁଙ୍କ ନେତୃତ୍ୱରେ ଆସିଥିବା ଷ୍ଟେଟ କୋଡ଼ିନେଟର ଅଶୋକ କୁମାର ମହାପାତ୍ର, ରାୟଗଡା ଏ ଡ଼ିଇଓ ଭଜନ ଲାଲ ମାଝୀପ୍ରମୁଖ କାଶୀପୁର ଗସ୍ତରେ ଆସି 5ଟି ଅନ୍ତର୍ଗତ ଟିକିରି, କାଶୀ ପୁର ଏବଂ ଗୋଡ଼ି ବାଲି ଉଚ୍ଚ ବିଦ୍ୟାଳୟର ପରିଦର୍ଶନ କରିଛନ୍ତି । ଟିକିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଇ -ଲାଇବ୍ରେରୀ, ସାଇନ୍ସଲେବର ଟୋରୀ ପରିଦର୍ଶନ କରିବା ସହ ମୋ ସ୍କୁଲ ଅଭିଯାନ ସମ୍ପର୍କରେ ପ୍ରଧାନ ଶିକ୍ଷକଲୋଚନ ଖରା, ମୋ ବିଦ୍ୟାଳୟ ର ସଭାପତି ଟୁଟୁ ମହାନ୍ତିଙ୍କ ସହିତ ଆଲୋଚନା କରିଥିଲେ । ନବ ନିର୍ମିତ ବିଦ୍ୟାଳୟ କୋଠାରୁ ପାଣିଝରୁ ଥିବାରୁ ପ୍ରତିକାର ବ୍ୟବସ୍ଥା ଏବଂ ଖେଳ ପଡ଼ିଆ ନିର୍ମାଣ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଥିରେଶିକ୍ଷକ ରଞ୍ଜିତ ମିଶ୍ର ସହିତବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।

ରାୟଗଡା ପ୍ରତିନିଧି ଅମୁଲ୍ୟ ନିଶଙ୍କ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *