Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅତି ଜାଣିସିଆଣିଆ ସୌମ୍ୟ ବାବୁ

1 min read

ଭୂବନେଶ୍ୱର, ୧୪/୧୧(ସଖପ୍ର) ନିକଟରେ ସମ୍ବାଦର ସମ୍ପାଦକ ସୌମରଂଜନ ପଟ୍ଟନାୟକ ନିଜର ଖବର କାଗଜରେ ‘ଆମ ଘରର ହାଲଚାଲ’ ପ୍ରସଙ୍ଗରେ ରାଜ୍ୟରେ କିଭଳି ଶାସନ ଏବଂ ଶାସନ ପଦ୍ଧତି ଚାଲିଛି ତାହା ଉପରେ ନିଜର ମତପ୍ରକାଶ ପାଇବା ପରେ ରାଜ୍ୟ ରାଜନିତୀରେ କମ୍ପନ ସୃଷ୍ଟି ହୋଇଛି । ଏହାକୁ ନେଇ ବିଜେପି ଏବଂ କଂଗ୍ରେସ ନିଜ ବିଧାୟକ ଯେଉଁ ପ୍ରସଙ୍ଗ ଉତଥାପନ କରୁଛନ୍ତି ତାହା ପକୃତରେ ଓଡିଶାରେ ଚାଲିଥିବା କଥାକୁ କହିଦେଲେ । ତେବେ ସୌମବାବୁ ଏଠି ପ୍ରଶ୍ନ ଉଠାଇଥିବା ବେଳେ ସେ ପୂର୍ବରୁ ମଧ୍ୟ ଅନେକଥର ଏଭଳି ଅନେକ ପ୍ରସଙ୍ଗ ଊଠାଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏପରକି ତାଙ୍କ ଖବରକାଗଜ ରାଜ୍ୟର କୋଣ ଅନୁକୋଣରେ ପ୍ରତିଷ୍ଠିତ ହେବାର ଏହାକୁ ଏକ ପ୍ରମୁଖ ମାଧ୍ୟମ ମଧ୍ୟ ପାଲଟିଥିଲା । କିନ୍ତୁ ଦୀର୍ଘଦିନ ଅନ୍ତରରେ ପୁଣିଥରେ ସୌମ୍ୟବାବୁ କାହିଁକି ଏଭଳି ଏକ ପ୍ରସଙ୍ଗ ଦେଖାଇ କଣ ପରୋକ୍ଷରେ ପ୍ରକାଶ କରିବାକୁ ଚାହୁଁଛନ୍ତି । କିଛି ବଡ ଆଶା ରହିଥିଲାକି ବିଜେଡି ଦଳରୁ । ତାହା ପୂରଣ ହେଲା ନାହିଁକି ବୋଲି ଏବେ ବିଜେଡି ସରକାର ବିରୋଧରେ ମୁହଁ ଖୋଲିଲେ । ନାଁ ପୁଣିଥରେ ରାଜନୀତିରେ ଆଉ ନିଦ୍ଧିଷ୍ଟ କିଛି କହିବାକୁ ଚାହୁଁଥିଲେ । ତେବେ ଯାହା ହେଉନା କାହିଁକି ସୌମବାବୁ ପକୃତରେ ସତ୍ୟକଥାକୁ ଏବଂ ବିଜେଡି ସରକାରଙ୍କ ଲକ୍ଷ୍ୟଚୁ୍ୟତ କିପରି ବିଚୁ୍ୟତ ହୋଇ ରାଜ୍ୟବାସୀଙ୍କ ପାଇଁ କାଳ ସାଜୁଛି ତାହା ପ୍ରକାଶ କରିଯାଇଛନ୍ତି । ଅନ୍ୟ ବିଧାୟକ ମାନେ ମଧ୍ୟ ବିଜେଡି ଦଳ ନଦେଖି ରାଜ୍ୟବାସୀଙ୍କ ହିତପାଇଁ ପକୃତ ପ୍ରସଙ୍ଗ ଏବଂ ତାହାର ସମସ୍ୟ ଏବଂ ସମାଧାନ ଉପରେ ମୁହଁ ଖୋଲିବାର ସମୟ ରହିଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *