Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ…

1 min read

ମାଲକାନଗିରି(ସଖପ୍ର): ମାଲକାନଗିରିରେ ପୋଲିସ ଡିଜି ଅଭୟଙ୍କ ନିକଟରେ ୨ ଜଣ ହାର୍ଡକୋର ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର । ଆଜି ପୋଲିସ ଡିଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ଦୁଇ ମାଓବାଦୀ ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସବିତା ନାଁରେ ୨ ଲକ୍ଷ ଓ ରାଇଧର ନାଁରେ ଲକ୍ଷେ ଟଙ୍କା ପୁରସ୍କାର ରାଶି ଥିଲା । ବହୁ ଦିନରୁ ଏମାନେ ମାଓ ସଂଗଠନରେ ଜଡିତ ଥିଲେ । ସଂଗଠନର ବିଚାରଧାରାରେ ବିତସ୍ପୃହ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଯୋଜନା କରିଥିଲେ । ଏବେ ସଂଗଠନରେ କରୋନା ମାଡୁଥିବାରୁ ଭୟଭୀତ ହୋଇ ଲାଲବାହିନୀର ହାତ ଛାଡିଛନ୍ତି ସରିତା ଓ ରାଇଧର । ପୋଲିସ ଡିଜି ଅଭୟ ଆଜି କୋରାପୁଟ, ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ମାଓ ଦମନ ରଣନୀତି ଓ ସ୍ଥିତି ସମୀକ୍ଷା କରିଛନ୍ତି । ଏହା ଦ୍ୱାରା ଏହି ଅଂଚଳରେ ମାଓ ଗତିବିଧି କମିବ ବୋଲି ମାଓ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି । ଦେଖିବାକୁ ବାକି ରହିଲା ଆଗକୁ କଣ ଘଟୁଛି।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *