Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଲକ୍ଷାଧିକ ଟଙ୍କାର କାଠ ଜବତ, ୨ ଗିରଫ

1 min read

ମାଲକାନଗିରି (ସଖପ୍ର): ମାଲକାନଗିରି ଜିଲ୍ଲାରେ ବନ ବିଭାଗ ହାତରେ ଧରାପଡିଲେ କାଠ ମାଫିଆ । ଜବତ ହେଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ । ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ହେଁ ଆଜି ବନ ବିଭାଗର ସତର୍କତା ମାଫିଆଙ୍କୁ ମହଙ୍ଗା ପଡିଛି |ବିଶ୍ୱସ୍ତ ସୁତ୍ରରୁ କାଠ ଚୋରା ଚାଲାଣ ବିଷୟରେ ଖବର ପାଇ ଜିଲ୍ଲା ବନାଂଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ ଏକ ଟିମ୍ ଗଠନ କରିଥିଲେ । ନିଜ ଟିମ୍ ସହ ବନାଂଚଳ ଅଧିକାରୀ ଏମ୍‌ଭି-୧୮ ଗାଁ ନିକଟରେ ଆଜି ପାହାନ୍ତିଆରୁ ପେଟ୍ରୋଲିଂ ଚଳାଇଥିଲେ । ସେହି ସମୟରେ ପଡିଆ ଥାନା ଅନ୍ତର୍ଗତ ପଡଗାନପାଲ୍ଲି ଗାଁରୁ କାମାଲିଗୁଡାକୁ ଯାଉଥିବା ଏକ ଟ୍ରାକ୍ଟରକୁ ଅଟକାଇ ତନଖି କରିଥିଲେ ।
ଟ୍ରାକ୍ଟରରେ ଯାଂଚ କରିବା ସମୟରେ ସେଥିରୁ ୧୦ଟି ଶାଗୁଆନ କାଠ ଗଣ୍ଡି ଠାବ ହୋଇଥିଲା । କାଠ ଗଣ୍ଡକୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଜିଲ୍ଲା ରେଂଜ ଅଫିସକୁ ଅଣାଯାଇଥିଲା । ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜିଲ୍ଲା ରେଂଜର ଜଣାଇଛନ୍ତି।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *