Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମିଳିଲାନି ବେଡ୍,ମା ସାମ୍ନାରେ ଚାଲିଗଲା ପୁଅର ଜୀବନ

1 min read

କୋରାପୁଟଜିଲ୍ଲା(ସଖପ୍ର) :ଓଡ଼ିଶା ପଡୋଶୀ ରାଷ୍ଟ୍ର ଆନ୍ଧ୍ରପ୍ରଦେଶରେ ଦୈନିକ ସଂକ୍ରମଣ ରେକର୍ଡ କରିବାରେ ଲାଗିଛି । କେଉଁଠି ଅକ୍ସିଜେନ ଅଭାବରୁ ରୋଗୀର ଜୀବନ ଚାଲିଯାଉଛି ତ ଆଉ କେଉଁଠି ପରିବାର ଉଜୁଡିଯାଉଛି । ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ ସମେତ ଅନେକ ରାଜ୍ୟରେ ସଂଗୀନ ହେଉଛି ସ୍ଥିତି । ଏହାରି ଭିତରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣନମରୁ ନଜର ଆସିଛି ଦୁଃଖଦ ଖବର । ଏଠାରେ ଥିବା କିଙ୍ଗ୍ସ ଜର୍ଜ ହସ୍ପିଟାଲରେ ଚିକିତ୍ସା ପାଇଁ ବେଡ ନମିଳିବାରୁ ଗୋଟିଏ ମାଆ ସାମ୍ନାରେ ଚାଲିଯାଇଛି ବର୍ଷକର ପିଲାର ଜୀବନ ।
ସୂଚନା ଥାଉକି କରୋନାରେ ଜର୍ଜରତି ବର୍ଷକର ଶିଶୁର ଚିକିତ୍ସା ପାଇଁ ବେଡ ମିଳିନଥିଲା । ବେଡ ଖଣ୍ଡିଏ ପାଇଁ ମାଆ ସମସ୍ତଙ୍କୁ ନେହୁରା ହୋଇଥିଲେ ବି କେହି ଶୁନିନଥିଲେ ମାଆର ଦୁଃଖ । କାରଣ ହସ୍ପିଟାଲରେ ବେଡ ଅଭାବ ଥିବାରୁ ଛୁଆଟିର ଚିକିତ୍ସାରେ ବାଧା ସୃଷ୍ଟି ହୋଇଥିଲା । ଶେଷରେ ଦୀର୍ଘ ସମୟର ସଂଘର୍ଷ ପରେ ଆଖି ବୁଝିଥିଲା ନୀରିହ କୋମଳ ଜୀବନ । ଆଶ୍ଚର୍ଯ୍ୟକର କଥା ଆମ୍ୱୁଲାନ୍ସ ଭିତରେ ହିଁ ପିଲାଟିର ଚାଲିଯାଇଥିଲା ପ୍ରାଣବାୟୁ ।

ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *