Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମହାରାଷ୍ଟ୍ରର ସୋଲାପୁର ଠାରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ବୈଠକ ଅନୁଷ୍ଠିତ

1 min read

ମହାରାଷ୍ଟ୍ର/ସୋଲାପୁର (ସଖପ୍ର): ମହାରାଷ୍ଟ୍ରର ସୋଲାପୁରସ୍ଥିତ ରାଜ୍ୟ ଅତିଥି ଭବନ ଠାରେ ଅଖିଳ ଭାରତ କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ମହାସଂଘର ବୈଠକ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶଙ୍କର କଟିରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ରାଷ୍ଟ୍ରୀୟ ଉପସଭାପତି ବିନୋଦ ମହାପାତ୍ର (ଓଡିଶା) ଓ ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ସୁତାର ଉକ୍ତ ବୈଠକରେ ଯୋଗଦେଇଥିଲେ।ଭାରତବର୍ଷର ବିଭିନ୍ନ ରାଜ୍ୟ ଶାଖାରୁ ସଭାପତି, ସଂପାଦକ ମାନେ ଯୋଗ ଦେଇଥିଲେ। ମହାରାଷ୍ଟ୍ର ରାଜ୍ୟ ସରକାର କ୍ଷୁଦ୍ର, ମଧ୍ୟମ ସମ୍ବାଦପତ୍ରର ସଂପାଦକ ଓ  କାର୍ଯ୍ୟରତ ସମ୍ବାଦିକମାନଙ୍କ ପାଇଁ ସୁରକ୍ଷା ଆଇନ ଓ ସେମାନଙ୍କୁ ସ୍ବାସ୍ଥ୍ୟ ବୀମା ପ୍ରଦାନ କ୍ଷେତ୍ରର ଆଗୁଆଥିବାବେଳେ ଅନ୍ୟ ରାଜ୍ୟମାନଙ୍କରେ ଏହି ଆଇନ ଲାଗୁହୋଇନାହିଁ। କ୍ଷୁଦ୍ର, ମଧ୍ୟମ ସମ୍ବାଦପତ୍ରର ସଂପାଦକ, କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସ୍ବାସ୍ଥ୍ୟ ବୀମା ଯୋଗାଇବା କ୍ଷେତ୍ରରେ ଅଣଦେଖା କରାଯାଉଥିବା ବୈଠକରେ ଆଲୋଚନା ହୋଇଥିଲା। ଅନ୍ୟ ଏକ ସମସ୍ୟା ସୋସିଆଲ ମିଡିଆରେ  ପେଜ, ଗ୍ରୃପ, ୟୁଟ୍ୟୁବରେ ଯେକୌଣସି ମିଡିଆ ସେବାର ନାମଦେଇ ନିଜକୁ ସଂପାଦକ କହି ପ୍ରେସ୍ଆଇଡି କାର୍ଡ ବଣ୍ଟନ କରି ପ୍ରେସ୍ ଆଇନ୍ ର ଅପବ୍ୟବହାର କରୁଥିବା ଦେଖାଯାଉଛି। ଏହି ସୋସିଆଲ ମିଡିଆ ସାମ୍ବାଦିକମାନେ ସମସ୍ତ ସରକାରୀ କାର୍ଯ୍ୟରେ ଯୋଗଦେବାସହ ସରକାରୀ ଅଧିକାରୀଙ୍କୁ ଭୂଆ ବୁଲାଉଥିବା ଦେଖିବାକୁ ମିଳିଛି। କେନ୍ଦ୍ର ସରକାର ଡିଜିଟାଲ ମିଡିଆକୁ ପ୍ରେସ୍ ଆଇନର ଅନ୍ତର୍ଭୁକ୍ତ କରିବାକୁ ଆଇନ ଆଣିବାକୁ ଚେଷ୍ଟା କରୁଥିବାବେଳେ ଆଇନ୍ ଆସିବା ପୂର୍ବରୁ ଅଣପଞ୍ଜିକୃତ ସଂସ୍ଥାର ସାମ୍ବାଦିକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପ୍ରତି ରାଜ୍ୟ ସରକାରଙ୍କ ଠାରେ ଅଣପଞ୍ଜୀକୃତ ସଂସ୍ଥାର ସାମ୍ବାଦିକଙ୍କ ସଂଖ୍ୟା ବୃଦ୍ଧିକୁ ରୋକ୍ ଲଗାଇବା, କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ରର ସଂପାଦକ ଓ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବୀପତ୍ର ଉପସ୍ଥାପନ କରାଯିବ। ଏ ସମସ୍ତ ବିଷୟ କେନ୍ଦ୍ରସରକାରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯିବ, ଆଗାମୀ ଦିନରେ ରାଷ୍ଟ୍ରୀୟ ଉପସଭାପତି ବିନୋଦ ମହାପାତ୍ରଙ୍କ ନେତୃତ୍ବରେ ମହାସଂଘର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବୀ ଉପସ୍ଥାପନ କରିବେ ବୋଲି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା।

ସବୁବର୍ଗ ଖବର

1 thought on “ମହାରାଷ୍ଟ୍ରର ସୋଲାପୁର ଠାରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ବୈଠକ ଅନୁଷ୍ଠିତ

  1. ମୁଁ ସବୁବର୍ଗ ଖବର କାଗଜ ରେ ବୌଦ୍ଧ ଜ଼ିଲ୍ଲା ର ପ୍ରତିନିଧି ଭାବରେ କାମ କରିବାକୁ ଚାହୁଁଚି l

Leave a Reply

Your email address will not be published. Required fields are marked *