Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବିଦେଶୀ ମଦଦୋକାନକୁ ବିରୋଧ କଲେ ଗ୍ରାମବାସୀ

1 min read

କୋଷାଗୁମୁଡ଼ା (ସଖପ୍ର):ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମର ଶତାଧୁକ ଗ୍ରାମବାସୀ ରାଜ ରାସ୍ତାକୁ ଆସି ପୋଲିସଙ୍କ ତାଗିଦକୁ ବେଖାତିର କରି ଗ୍ରାମରେ ଥିବା ବିହାରୀ ବିଦେଶୀ ମଦ ଦୋକାନକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନେଇ ଆନ୍ଦୋଳନ କରିଥିବା ଦେଖୁବାକୁ ମିଳିଛି । ସନ୍ତୋଷପୁର ଗ୍ରାମର ଶତାଧୁକ ଗ୍ରାମବାସୀ ଏକତ୍ରିତ ହୋଇ ସନ୍ତୋଷପୁର ବିହାରୀ ବିଦେଶୀ ମଦ ଦୋକାନକୁ ସମ୍ପୂର୍ଣ୍ଣ ବନ୍ଦ ଦାବିରେ ବିରୋଧ ପ୍ରଦର୍ଶନ ସହ ମୁଖ୍ୟ ରାସ୍ତାକୁ କିଛି ସମୟ ପାଇଁ ବନ୍ଦକରି ଆନ୍ଦୋଳନ କରିଥିଲେ । ମଦ ଦୋକାନର ନାମ ଫଳକକୁ ନିଆଁ ଲଗାଇ ଦେଇଥିଲେ ଓ ମଦ ଦୋକାନ କର୍ମଚାରୀଙ୍କୁ ଅଟକ ରଖୁଥିଲେ । ଏହି ଘଟଣା ତାଲିଥିବା ସମୟରେ କୋଷାଗୁମୁଡା ଯୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥୁଲେ କିନ୍ତୁ ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଥିଲେ । ପରେ କୋଷାଗୁମୁଡ଼ା ଥାନା ଅଧୁକାରୀ ନଟବର ନନ୍ଦ ଓ ପୁଲିସ ଫୋର୍ସ ଗୋଟିଏ ଗାଡ଼ିରେ ପହଞ୍ଚି ବିରୋଧୀ ଗାଁ ଲୋକଙ୍କ କବଳରୁ ମଦ ଦୋକାନ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ଗ୍ରାମବାସୀଙ୍କୁ ପୁଲିସ ବହୁତ ବୁଝାଇବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଗ୍ରାମବାସୀ କହିବା ଅନୁସାରେ ନବରଙ୍ଗପୁର ଜିଲ୍ଲାପାଳ ଓ ଅବକାରୀ ବିଭାଗକୁ ବହୁଥର ଲିଖୁତ ଭାବେ ମଦ ଦୋକାନ ବନ୍ଦ କରିବାକୁ ଜଣାଇଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ଏଥୁତି ଧାନ ନଦେବାରୁ ଆମେ ବାଧ୍ୟ ହୋଇ ଆନ୍ଦୋଳନ କରୁ ବୋଲି ଗ୍ରାମବାସୀ କହିଛନ୍ତି । ଏଣୁ ଯଥା ଶୀଘ୍ର ଏହାର ସମାଧାନ କରି ତୁରନ୍ତ ଉକ୍ତ ବିଦେଶୀ ମଦ ଦୋକାନକୁ ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *