Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କରିବାକୁ ପ୍ରତ୍ୟକ୍ଷ ଜ୍ଞାନ କୌଶଳ ଶିକ୍ଷା ଗ୍ରହଣ କଲେ ଛାତ୍ରଛାତ୍ରୀ….

1 min read

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ୫ କିଲୋ ମିଟର ମାଲକାନଗିରି ଜୟପୁର ମୁଖ୍ୟ ରାସ୍ତା କଡରେ ଥିବା ସତିଗୁଡା ଜଳ ଭଣ୍ଡାରରେ ଆଜି ଏନ.ଡି.ଆର.ଏଫର ଜବାନ ମାନେ ଜଳ ମଧ୍ୟରେ ଦୁଃଶାହାସିକ ରଣ କୌଶଳ ପ୍ରଦର୍ଶନ କରିଛନ୍ତି । ବନ୍ୟା ବାତ୍ୟା ସମୟରେ ନଦୀ କିମ୍ବା ସମୁଦ୍ରରେ ବୁଡି ଯାଉଥିବା ବ୍ୟକ୍ତିଙ୍କୁ କିପରି ନିରାପଦରେ ଉଦ୍ଧାର କରାଯାଏ । ନଦୀ କିମ୍ବା ସମୁଦ୍ର ଗର୍ଭରେ କୌଣସି ବ୍ୟକ୍ତି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜଳ ମଧ୍ୟରେ ରହି ଯାଇଥାନ୍ତି ତାଙ୍କୁ କିପରି ଉଦ୍ଧାର କରାଯିବ ସେ ସମୟରେ ପ୍ରତ୍ୟେକ କାର୍ଯ୍ୟଶୈଳୀ ପ୍ରଦର୍ଶିତ କରିଥିଲେ । ସଙ୍କଟାପର୍ଣ୍ଣ ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ତତ୍‌କ୍ଷଣାତ୍ କିପରି ଚିକିତ୍ସା କରାଯିବ ଯଥା ପେଟରୁ ଜଳ ନିଷ୍କାସନ , ଅକ୍ସିଜେନ୍ ସଂଯୋଗ , ଥଣ୍ଡାରୁ ମୁକ୍ତି ପାଇଁ ଜରୁରି ଔଷଧ ଇତ୍ୟାଦି ସମ୍ବନ୍ଧରେ ପ୍ରତ୍ୟେକ ଶିକ୍ଷା ଦିଆଯାଇଥିଲା । ମାଲକାନଗିରି ଜିଲ୍ଲା ମହିଳା ମହାବିଦ୍ୟାଳୟ, ଘଡେଇ ଆବାସିକ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଜଳ ଭଣ୍ଡାର ତଟରେ ଥାଇ ଏହି ଦୃଶ୍ୟକୁ ଉପଭୋଗ କରିଥିଲେ। ଏପରି ଶିକ୍ଷାକୁ ଜିଲ୍ଲାର ବୁଦ୍ଧିଜୀବୀ ପ୍ରଶଂସା କରିଥିଲେ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *