Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପାଇଖାନା ଦୁର୍ନୀତିର ତଦନ୍ତ ପାଇଁ ବଣ୍ଡା ଘାଟିରେ କଂଗ୍ରେସ ଟିମ୍

1 min read

ମାଲକାନଗିରି (ସଖପ୍ର): ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡା ଘାଟିରେ ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ ଆସିଥିଲା |ମୁଦୁଲିପଡ଼ା ଓ ଅଣ୍ଡରାହାଲ ପଂଚାୟତରେ ପ୍ରାୟ 1394ଟି ପାଇଖାନା ନିର୍ମାଣ କରାଯାଇଛି |ଦୁର୍ନୀତି ଖବର ପାଇ କଂଗ୍ରେସର ଗୋଟିଏ ଟିମ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ବଣ୍ଡଘାଟିକୁ ଯାଇ ତଦନ୍ତ କରିଥିଲେ |ସେଠାରେ ପ୍ରାୟ ପାଇଖାନା ଅର୍ଦ୍ଧ ନିର୍ମିତ ହୋଇ ରହିଥିଲା |ଯଥାଶୀଘ୍ର ଏହାର ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ସେ ପ୍ରଶାସନକୁ ଜଣାଇଥିଲେ |ଯଦି ସେମାନଙ୍କୁ ଦଣ୍ଡ ନ ମିଳେ ତେବେ ଆନ୍ଦୋଳନ କରାଯିବ ବୋଲି ମାଲକାନଗିରି ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଥିଲେ |ଦେଖିବାକୁ ବାକି ରହିଲା କେବେ ଦୋଷୀକୁ ଦଣ୍ଡ ମିଳୁଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *