Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନିଜ କଥା ରଖିଲେ ସମାଜସେବୀ ଚିତ୍ତରଞ୍ଜନ

1 min read


ମାଲକାନଗିରି(ସଖପ୍ର): କିଛିଦିନ ତଳେ ମାଲକାନଗିରି ଜିଲ୍ଲା ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶବ ନେବାପାଇଁ ଗାଡ଼ିର ଅଭାବ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିଲା । ଏହିଭଳି ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳର ସୁପରିଚିତ ସମାଜସେବୀ ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ହୃଦୟରେ ବହୁତ ଆଘାତ ଦେଇଥିଲା । ସେଥିପାଇଁ ସେ ଏକ ନିଷ୍ପତ୍ତି ନେଲେ କି, ଆଗକୁ ଯଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୈାଣସି ବ୍ୟକ୍ତିର ଶବକୁ ନେବାପାଇଁ ଗାଡ଼ିର ଆବଶ୍ୟକତା ପଡେ ତେବେ ସେ ନିଜ ଗାଡ଼ି ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେବେ |ଯେକୌଣସି ବ୍ୟକ୍ତି ଯେତେବେଳେ ମଧ୍ୟ ତାଙ୍କ ସହ ଯୋଗାଯୋଗ କରି ଏହି ସୁବିଧା ପାଇ ପାରିବେ ବୋଲି କହିଥିଲେ । ସୂଚନା ଅନୁସାରେ ଆଜି ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୁମାରପୁଟ ଗ୍ରାମର ଜଣେ ମହିଳାଙ୍କର ମୃତ୍ୟୁ ଘଟିଲା ଏବଂ ପରିବାର ଲୋକେ ଶବକୁ ନେବାପାଇଁ ଗାଡ଼ି ଖୋଜୁଥିଲେ । ପରେ ତାଙ୍କୁ (ଚିତ୍ତରଞ୍ଜନ) ଯୋଗାଯୋଗ କରିବା ମାତ୍ରେ ହିଁ ନିଜେ ସେଠାରେ ଗାଡ଼ି ନେଇ ପହଞ୍ଚିଥିଲେ ଏବଂ ପ୍ରଥମ ଥର ପାଇଁ ଶବକୁ ତାଙ୍କ ଘରେ ନେଇ ପହଞ୍ଚାଇଲେ । ତାଙ୍କର ଏହିଭଳି ମହାନ୍ କାର୍ଯ୍ୟରେ ଏବଂ ପଦକ୍ଷେପରେ ଅନୁପ୍ରାଣିତ ହୋଇ ସ୍ଥାନୀୟ ଲୋକେ ପ୍ରଶଂସା କରୁଛନ୍ତି । ସମସ୍ତଙ୍କ ମୁଖରେ କେବଳ ଗୋଟିଏ କଥା ଚର୍ଚ୍ଚା ହେଉଛି ଯେ “ଚିତ୍ତ ଭାଇ ଆମର ବାକ୍ୟବୀର ନୁହଁ, କର୍ମବୀର |

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *