Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଥଇଥାନ ଉଦ୍ଦେଶ୍ୟରେ ମହିଳାମାନେ କୋରାପୁଟ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

1 min read

କୋରାପୁଟଜିଲ୍ଲା (ସଖପ୍ର): କୋରାପୁଟ ମ୍ୟୁନିସିପାଲଟି ଦ୍ୱାରା ଓାର୍ଡ ନମ୍ବର ୬ ରେ ଘରଗୁଡିକ ଉଛେଦ କରାଯାଇଥିଲା। ଉଛେଦ ହୋଇଥିବା ଘରର ମହିଳାମାନେ ଏକତ୍ରିତ ହୋଇ ଥଇଥାନ କରିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ ।କୋରାପୁଟ ମ୍ୟୁନିସିପାଲଟି ଦ୍ୱାରା ଉଛେଦ କରାଯିବା ପୂର୍ବରୁ କୈାଣସି ପ୍ରକାର ଅବଗତ କରାଯାଇ ନ ଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ମୋର ଘର ଭାଙ୍ଗି ଦେଲେ ମୁଁ ଏବେ କେଉଁଠି ରହିବ ଓ କିପରି ବଂଚିବ ବୋଲି ଗୀତା ଖେମୁଣ୍ଡୁ ପ୍ରକାଶ କରିଛନ୍ତି । ରହିବା ପାଇଁ ସରକାର ଏକ ଜାଗା ଦେବାକୁ ସେ ଦାବି କରିଛନ୍ତି। ନୋଟିସ ନ ଦେଇ ମୋର ଘର ଭାଙ୍ଗିଦେଲେ ବୋଲି ଯମୁନା ଭତ୍ରା ଅଭିଯୋଗ କରିଛନ୍ତି। ମୋ ଘରେ ଜଣେ ପକ୍ଷପାତ ରୋଗୀ ଅଛନ୍ତି ମୁଁ ଏବେ କେଉଁଠି ରହିବି ତାହା ମୋତେ ଚିନ୍ତାରେ ପକାଇଦେଇଥିବା ସେ ଲୁହଭରାଚକ୍ଷୁରେ ପ୍ରକାଶ କରିବା ସହ ସରକାରୀ ଯାଗା ଦେବାକୁ ଦାବି କରିଛନ୍ତି। କୋରାପୁଟ ମ୍ୟୁନିସିପାଲଟି ତରଫରୁ ରାସ୍ତା କଡରେ ରହିଥିବା ଦୋକାନଗୁଡିକ ଉଛେଦ କରାଯିବ ବୋଲି ପ୍ରଚାର କରିଥିବା ବେଳେ ଘରଗୁଡିକ କାହିଁକି ଭଙ୍ଗାଗଲା ବୋଲି ପୂର୍ବତନ କାଉନସିଲର ଅମ୍ବିକା ଷଣ୍ଢ ପ୍ରଶ୍ନ କରିଛନ୍ତି । ଉଛେଦ ପ୍ରକ୍ରିୟା ଆଇନ ଅନୁଯାୟୀ କରାଯାଇଛି ବୋଲି ନିର୍ବାହୀ ଅଧିକାରୀ ଭେଦ ଭୂଷଣ (ଆଇଏଏସ) ପ୍ରକାଶ କରିଛନ୍ତି । ସରକାରୀ ଜାଗା ଚିହ୍ନଟ କରାଯାଇ ଉଛେଦ କରାଯାଉଛି । କୋରାପୁଟ ମ୍ୟୁନିସିପାଲଟି ତରଫରୁ ମାଇକ ଯୋଗେ ଦୋକାନ, ଘର ଓ ଜିନିଷପତ୍ର କାଢିବାକୁ ପ୍ରଚାର କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି । ସେମାନେ ଯେଉଁ ଅଭିଯୋଗ କରିଛନ୍ତି ତାହା ଭିତ୍ତିହୀନ ବୋଲି ସେ ପ୍ରକାଶ କରିଛନ୍ତି । ଉଛେଦ ପରେ ସଂଧ୍ୟା ହୋଇଯାଇଥିବାରୁ ମାନବିକତା ଦୃଷ୍ଟିରୁ କଲ୍ୟାଣ ମଣ୍ଡପରେ ଲୋକମାନଙ୍କୁ ଥଇଥାନ କରାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି । ଯେଉଁମାନଙ୍କର ଜାଗା ଦରକାର ସେମାନେ ତହସିଲଦାରଙ୍କ ସହ ଦେଖା କରିବାକୁ ପରାମର୍ଶ ଦିଆଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି । ବ୍ୟବସାୟ ନିମନ୍ତେ କୋରାପୁଟ ସହରରେ ପିଣ୍ଡି ଖାଲିପଡିଛି ।ଯେଉଁମାନେ ଆବେଦନ କରିବେ ସେମାନଙ୍କୁ ଅଗ୍ରାଧିକାର ଭିତିରେ ପିଣ୍ଡି କିମ୍ବା ଷ୍ଟଲ ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । କୋରାପୁଟ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ଦାବିପତ୍ର ଗ୍ରହଣ କରିଥିଲେ । କୋରାପୁଟ ଅତିରିକ୍ତ ତହସିଲଦାର ସୁସ୍ମିତା କୁମାରୀ ଜେନାଙ୍କୁ ଦାବିପତ୍ର ଦେଇଥିବା ବେଳେ କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଏକ ଦାବିପତ୍ର ଦେଇଥିବା ଜଣାପଡିଛି ।

କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *