Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ଠାରେ ୧୦୨ କେଜି ଗଞ୍ଜେଇ ଜବତ ସହ ୨ ଗିରଫ

1 min read

ଜୟପୁର(ସଖପ୍ର):କୋରାପୁଟ ଜିଲ୍ଲା ଜୟପୁର ସଦର ପୋଲିସକୁ ପୁଣି ଧରପଗଡରେ ମିଳିଛି ସଫଳତା। ଜୟପୁର ବ୍ଲକ ଅନ୍ତର୍ଗତ ଗଡପଦର ଠାରେ ଏକ ଧଳା ରଙ୍ଗର ଏକ୍ସ୍. ୟୁ. ଭି. କାରରେ ଜବତ କରାଯାଇଥିଲା ୧୦୨ କେଜି ଗଞ୍ଜେଇ। କୈାଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଜୟପୁର ସଦର ପୋଲିସ ଥାନା ଅଧିକାରୀ ଆଦିତ୍ୟ ମହାକୁର ,ଏସ୍. ଆଇ.ପିକେ. ମହାନ୍ତି ଏବଂ ଟିମଙ୍କ ଦ୍ଵାରା କଲାଗୁଡା ଗ୍ରାମରେ ଏହି ଗଞ୍ଜେଇ ଜବତ କରାଯାଇଥିଲା। ଏକ ନମ୍ବର ବିହୀନ ଏକ୍ସ୍. ୟୁ. ଭି ଧଳା କାରରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ୍ କରିଛି ଜୟପୁର ସଦର ପୋଲିସ। ଏହି କାରରେ ୧୦୨ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବା ନେଇ ସୂଚନା ଦେଇଛନ୍ତି ଜୟପୁର ସଦର ଥାନା ଅଧିକାରୀ ଅଦିତ୍ୟ ମହାକୁର। ଏହା ସହିତ ଗୋଟିଏ ମୋବାଇଲ ଫୋନ, ଗୋଟିଏ ନୂଆ ପଲସର୍ ବାଇକ୍ ଓ ୨୦,୧୦୦ ଟଙ୍କା ଜବତ କରାଯାଇଥିଲା। ଅଭିଯୁକ୍ତ ମାନେ ହେଲେ ଜୟପୁର ଘାସି ସାହିର ଦିଲ୍ଲୀପ ଖରା ( ୩୦) ଓ ଜୟପୁର ଖ୍ରୀଷ୍ଟିଆନ ପେଟାର ଆସପିନ୍ ନାଇକ (୨୮)। ଗିରଫ ହୋଇଥିବା ଅଭିଯୁକ୍ତ ଦିଲ୍ଲୀପ ଖରା ନାମରେ ଜୟପୁର, ବୋରିଗୁମ୍ମା ଓ ନବରଙ୍ଗପୁର ଜିଲ୍ଲାର ଅନେକ ମାମଲାରେ ସଂପୃକ୍ତ ଥିବା ଜୟପୁର ସଦର ପୋଲିସ ସୂଚନା ଦେଇଛି। ଏହି ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଜଡିତ ଥିବା ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିବା ବିଟୁ ନାୟକ, ବଡ ଘାସି ସାହିର ଶଙ୍କର ଓ ସନ୍ତୁ, ଜୟପୁର ବଡ ଘାସି ସାହିର ଅଜିତ୍ ହନ୍ତାଳ, ପରଜା ସାହିର ଶିବା ଏବଂ ସାନ ମଂଜୁର ମୁଣ୍ଡାର ଦେବେନ୍ଦ୍ର ନାଗ ଫେରାର ରହିଥିବା ସୂଚନା ଦେଇଛନ୍ତି ଜୟପୁର ସଦର ଥାନା ଅଧିକାରୀ ଅଦିତ୍ୟ ମହାକୁର। ଏହି ମାମଲାରେ ସଂପୃକ୍ତ ଥିବା ସମସ୍ତ ଫେରାର ରହିଥିବା ଅଭିଯୁକ୍ତ ମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ଜୟପୁର ସଦର ଥାନା ଅଧିକାରୀ ଅଦିତ୍ୟ ମହାକୁର କହିଛନ୍ତି।

ପ୍ରତିନିଧି ସୀମାଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *