Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ଠାରେ ଲୋକ ମହୋତ୍ସବ ପରବ କାର୍ଯ୍ୟକ୍ରମ ହେବାନେଇ ବୈଠକ ଅନୁଷ୍ଠିତ

1 min read

ଜୟପୁର (ସଖପ୍ର): ଆଜି ରବି ନାୟକଙ୍କ ଆହ୍ବାନକ୍ରମେ ଜୟପୁର ପାରାବେଡାସ୍ଥିତ ଷ୍ଟାଡିୟମ ଠାରେ କଳାକାର ଓ ବୁଦ୍ଧିଜୀବୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ୧୯୯୬ ମସିହାରେ ଜୟପୁରରେ ପ୍ରଥମେ ପରବ ମହୋତ୍ସବ ଆରମ୍ଭ ହୋଇଥିଲା। ତା ପର ବର୍ଷ ଠାରୁ କୋରାପୁଟ ସଦର ମହକୁମାଠାରେ ପ୍ରତିବର୍ଷ ଲୋକମହୋତ୍ସବ ପରବ ପାଳନ ହୋଇଚାଲିଲା। ଜୟପୁରଠାରେ ଗୋଟିଏ ବର୍ଷ ଓ କୋରାପୁଟ ଠାରେ ଗୋଟିଏ ବର୍ଷ ଲୋକ ମହୋତ୍ସବ ପରବ ପାଳନ ହେଉ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶାସନିକ ଅଧିକାରୀଙ୍କ ପାଖରେ ଦାବୀ ଉପସ୍ଥାପନ କରିଆସୁଥିଲେ। କୋରାପୁଟ ସଦର ମହକୁମାଠାରେ ପରବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉ କିନ୍ତୁ ଜୟପୁର ଠାରେ ମଧ୍ୟ ପ୍ରଶାସନ ତରଫରୁ ଦିନେ ଦୁଇ ଦିନ ପରବ କାର୍ଯ୍ୟକ୍ରମ ହେଉ। ଯାହା ଫଳରେ ଉପଖଣ୍ଡର ସମସ୍ତ କଳାକାର ଓ ଜନସାଧାରଣ ଉପକୃତ ହୋଇପାରିବେ।

ଜୟପୁର ଠାରେ ଦୁଇଦିନ ପରବ ଲୋକମହୋତ୍ସବ ପାଳନ ହେବାପାଇଁ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଆସନ୍ତା ଦିନରେ ଜୟପୁରର ବୁଦ୍ଧିଜୀବୀ ମାନେ ବିଧାୟକଙ୍କୁ ଦାବୀ ଜଣାଇବା ସହ ଆଲୋଚନା କରିବେ। ବିଧାୟକଙ୍କ ସହ ଆଲୋଚନା ପରେ କୋରାପୁଟ ଯାଇ ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଜଣାଇବେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *