Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ଜିଲ୍ଲା ଦୌରାଜଜ୍ କୋର୍ଟର ନୂତନ କୋଠା ଲୋକାର୍ପିତ

1 min read

କୋରାପୁଟ ଜିଲ୍ଲା/ଜୟପୁର (ସଖପ୍ର):ଆଜି ଜୟପୁର ଜିଲ୍ଲା ଦୌରାଜଜ୍ କୋର୍ଟର ନୂତନ କୋଠା ଲୋକାର୍ପିତ ହୋଇଛି। ଭର୍ଚୁଆଲ ମାଧ୍ୟମରେ ପୂର୍ବାହ୍ନ ୯ଟା ୩୦ମିନିଟ ସମୟରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ନବନିର୍ମିତ ଜିଲ୍ଲା ଦୌରାଜଜ୍ କୋର୍ଟର କୋଠାକୁ ଲୋକାର୍ପିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଅଦାଲତର ନ୍ୟାୟାଳୟ ପରିଚାଳକ ଶ୍ରୀ ନିତ୍ୟାନନ୍ଦ ମହାନ୍ତି, ନାଜ଼ୀର ଏ. ରମେଶ କୁମାର, ନାଏବ ନାଜ଼ୀର ଶ୍ରୀ ଦେବେନ୍ଦ୍ର କୁମାର ନାୟକ, ମୁଖ୍ୟ କିରାଣୀ ଶ୍ରୀ ପ୍ରଦୀପ କୁମାର ମିଶ୍ର ପରିଚାଳନା କରିଥିଲେ । ଏହି ଉଦଘାଟନୀ ଉତ୍ସବର ଭିଡ଼ିଓ କନଫରେନସିଂ କାର୍ଯ୍ୟକ୍ରମକୁ ଜିଲ୍ଲା ଅଦାଲତର ସିଷ୍ଟମ ଅଫିସର ଶ୍ରୀ ରଜନୀକାନ୍ତ ଲିମା, ରାଷ୍ଟ୍ରୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର, କୋରାପୁଟର ଅଫିସର ଶ୍ରୀମତୀ ଶୈଳବାଳା ପୃଷ୍ଟି ଓ ସହଯୋଗୀ ଏବଂ ଜିଲ୍ଲା ଇ ପ୍ରଶାସନ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ଦାସ ଓ ସହଯୋଗୀ ସୂଚାରୁ ରୂପେ ପରିଚାଳନା କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇ ମାନ୍ୟବର ମୁଖ୍ୟ ବିଚାରପତି ଏସ. ମୁରଲୀଧର ତାଙ୍କ ବକ୍ତବ୍ୟରେ ନ୍ୟାୟିକ ବ୍ୟବସ୍ଥାରେ ଉପଯୁକ୍ତ ଭିତ୍ତିଭୂମିର ଆବଶ୍ୟକତା ଓ ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବିଚାରପତି ଓ ଓକିଲ ସଂଘର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ୱନ୍ଧରେ ଆଲୋକପାତ କରିଥିଲେ। ପରେ ହାଇକୋର୍ଟର କୋଠାବାଡି କମିଟି ଅଧ୍ୟକ୍ଷ ତଥା ବିଚାରପତି ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ,କୋରାପୁଟ ଓ ମାଲକାନଗିରି ଜିଲ୍ଲାର ହାଇକୋର୍ଟ ପ୍ରଶାସନିକ ବିଚାରପତି ଏସ.କେ ପାଣିଗ୍ରାହୀ ଅଭିଭାଷଣ ଦେଇଥିଲେ। ପାରମ୍ପରିକ ନୃତ୍ୟଗୀତ ପରିବେଷଣ କରାଯାଇଥିଲା। ୨୨କୋଟିରେ ନିର୍ମିତ ୪ମହଲା ବିଶିଷ୍ଟ କୋଠାକୁ କୋର୍ଟ ପର୍ଯ୍ୟାୟ କ୍ରମେ ସ୍ଥାନାନ୍ତର ହେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୌରାଜଜ୍, ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ସହ ସମସ୍ତ ବିଚାରପତି, ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ, ଏସପି ବରୁଣ ଗୁଣ୍ଠପାଲୀ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ, ଓକିଲ ସଂଘର ସଭାପତି ସରୋଜ ଦାଶ, ସଂପାଦକ ଆନନ୍ଦ ରଥ, ଅନ୍ୟକର୍ମକର୍ତ୍ତା ଓ ସଭ୍ୟଙ୍କ ସହ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଜୟପୁରରୁ ସନ୍ତୋଷ କୁମାର ପାତ୍ରଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *