Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁରରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

1 min read

ଜୟପୁର ୧୩/୦୧(ସଖପ୍ର): ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶ୍ରୀ ଗୋପୀନାଥ ସାରକା, ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ସଂସ୍ଥାଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଜୟପୁର ଦଶହରା ପଡ଼ିଆରେ ପୂର୍ବାହ୍ନ ୮.୩୦ ମିନିଟ ସମୟରେ ଅନୁଷ୍ଠିତ ହେବ। ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ମହୋଦୟ ପତାକା ଉତ୍ତୋଳନ କରିବେ ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ସାରଦାବିହାର ଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ ହେବ । ଏଥି ସହ ସହରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପରିଷଦ, ଜୟପୁରଙ୍କୁ ଅନୁରୋଧ କରାଗଲା । ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟୁଷ ୫ ଟାରୁ ୬ ଘଟିକା ସମୟରେ ଡାକବାଜି ଯନ୍ତ୍ର ଯୋଗେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ରାମଧୂନ ପରିବେଷଣ କରାଯିବ । ସକାଳ ୭.୦୦ ଘ. ଠାରୁ ୭.୩୦ ସମୟ ମଧ୍ୟରେ ସମସ୍ତ ସରକରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ପତାକା ଉତ୍ତୋଳନ କରାଯିବ । ଉକ୍ତ ବୈଠକରେ ସର୍ବସମ୍ମତି କ୍ରମେ ନୂତନ ଭାବରେ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟ, ରଣ୍ଡାପାଲ୍ଲୀ ଫାରମାସି ଉଚ୍ଚ ବିଦ୍ୟାଳୟ ଓ ସ୍ଵୟଂ ସହାୟକ ଗୋଷ୍ଠୀ, ପୌରପାଳିକା, ଜୟପୁର ନୂତନ ଭାବରେ ପ୍ୟାରେଡରେ ଅଂଶଗ୍ରହଣ କରିବେ । ଚଳିତ ବର୍ଷ ୫୧ ଗୋଟି ଗ୍ରୃପ ଭାଗ ନେବେ । ଘୋଷ ବାଦ୍ୟ ନିମନ୍ତେ ସରସ୍ଵତୀ ଶିଶୁ ମନ୍ଦିର, ସାରଦା ବିହାର ଓ ସରସ୍ଵତୀ ଶିଶୁମନ୍ଦିର ଅରବିନ୍ଦ ନଗରର ଘୋଷବାଦ୍ୟ ଯୋଗାଇ ଦେବା ନିମନ୍ତେ ଅନୁରୋଧ କରାଗଲା। ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜୟପୁର, ଭାରପ୍ରାପ୍ତ ପୋଲିସ ଅଧିକାରୀ, ସଦର ପୁଲିସ, ଭାରପ୍ରାପ୍ତ ପୋଲିସ ଅଧିକାରୀ, ଟାଉନ ପୁଲିସ, ଭାରପ୍ରାପ୍ତ ପୋଲିସ ଅଧିକାରୀ, ମହିଳା ପୁଲିସ ଅଧିକାରୀଙ୍କୁ ଆଇନ ଶୃଙ୍ଖଳା ରକ୍ଷାର ଦାୟିତ୍ଵ ଦିଆଗଲା । ସମସ୍ତ ଗ୍ରୃପ, ଗୋପବନ୍ଧୁ ଛାତ୍ର ନିବାସ ଅନ୍ତେବାସୀଙ୍କୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶଯ୍ୟାଶାୟୀ ରୋଗୀ ଓ ଉପଖଣ୍ଡ କାରାଗାର ଜୟପୁରର କଏଦୀ ମାନଙ୍କୁ ସମ୍ପାଦକ, ନିୟନ୍ତ୍ରିତ ବଜାର କମିଟି , ଜୟପୁର, ସଭାପତି ରୋଟାରୀ କ୍ଲବ ଓ ଲାଏନ୍ସ କ୍ଲବ ଓ ଜିଲ୍ଲା ଖାଉଟି ଓ ଯୋଗାଣ ଅଧିକାରୀଙ୍କ ପ୍ରଦତ୍ତରେ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରାଯିବ । ଚଳିତ ବର୍ଷ ଓଡିଆ ପ୍ରବନ୍ଧ ପ୍ରତିଯୋଗିତା , ଓଡିଆ ବକ୍ତୃତା ପ୍ରତିଯୋଗିତା, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା, ଚିତ୍ର କଳା ପ୍ରତିଯୋଗିତା ପ୍ରମୁଖ ପ୍ରତିଯୋଗିତା ହେବ । ସମସ୍ତ ପ୍ରତିଯୋଗିତା ନାରାୟଣୀ କଲେଜରେ ଆୟୋଜିତ ହେବ । ଏଥିରେ କୃତିତ୍ଵ ହାସଲ କରି ଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ତା. ୨୬.୦୧.୨୦୨୩ ରିଖ ଦିନ ମୁଖ୍ୟ ମଞ୍ଚରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯିବ । ପ୍ରାଥମିକ ଚିକିତ୍ସା ନିମନ୍ତେ ଅଧିକ୍ଷକ ଜିଲ୍ଲା ଚିକିତ୍ସାଳୟ, କୋରାପୁଟ ଜୟପୁରଙ୍କୁ ୨୬.୦୧.୨୦୨୩ରିଖ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପାଇଁ ଅନୁରୋଧ କରାଗଲା । ପାନୀୟ ଜଳ ଯୋଗାଣ ନିମନ୍ତେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପି.ଏଚ୍. ଡ଼ି, ଜୟପୁର, ମଞ୍ଚ ସାଜସଜା ନିମନ୍ତେ ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ, ଜୟପୁର, ମୁଖ୍ୟ ଅତିଥି, ନିମନ୍ତ୍ରିତ ଅତିଥି ଓ ସାମ୍ବାଦିକ ମାନଙ୍କ ବସିବା ବ୍ୟବସ୍ଥା ଓ ଷ୍ଟାଡିୟମରେ ଗ୍ରୃପ ବେରିକେଡ଼ିଂ କରିବା ଦାୟିତ୍ଵ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ(ରାସ୍ତା ଓ ଗୃହ ନିର୍ମାଣ )ଙ୍କୁ ଦିଆଗଲା ।
ଏହି ବୈଠକରେ ମଞ୍ଚାସୀନ ଉପଖଣ୍ଡ ଆରକ୍ଷୀ ପୋଲିସ ଅଧିକାରୀ ହରିଶ ବି.ସି., ପ୍ରକଳ୍ପ ନିର୍ଦ୍ଦେଶକ, ସମନ୍ଵିତ ଆଦିବାସୀ ସଂସ୍ଥା ଶ୍ରୀ ଗୋପୀନାଥ ସାରକା, ଜୟପୁର, ତହସିଲଦାର ଶ୍ରୀମତୀ ଟୁଲିଆମ୍ମା ପ୍ରଧାନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜୟପୁର ପୌରପାଳିକା ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକ ଓ ଅନ୍ୟାନ୍ୟ ଆଇଆଇସି ସମ୍ବିତ ବେହେରା, ଟାଉନ ଥାନା ଜୟପୁର, ଆଇଆଇସି ଶ୍ରୀ ଈଶ୍ଵର ତାଣ୍ଡି , ସଦର ଥାନା ଜୟପୁର, ସମ୍ପାଦକ, ନିୟନ୍ତ୍ରିତ ବଜାର କମିଟି, ଜୟପୁର, ଜିଲ୍ଲା ଖାଉଟି ଓ ଯୋଗାଣ ଅଧିକାରୀ ଶ୍ରୀ ସୁଶୀଲ କୁମାର ଜେନା, ସମ୍ପାଦକ, ଉପଖଣ୍ଡ କ୍ରିଡା ସଂପାଦଦ ଶ୍ରୀ ରବି ନାୟକ, ଅଶୋକ ବିଶ୍ବାଳ, ଶିକ୍ଷକ, ଜୟପୁର, ଲକ୍ଷ୍ମୀକାନ୍ତ ମିଶ୍ର, ପ୍ରଧାନ ଆଚାର୍ଯ୍ୟ, ଶିଶୁ ମନ୍ଦିର, କିରାଣୀ-ତଥା-ଗ୍ରନ୍ଥାକାରକ, ଶ୍ରୀ ସନ୍ତୋଷ କୁମାର ସାହୁ, ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ବିଭିନ୍ନ କଲେଜର ଅଧ୍ୟକ୍ଷ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ସାମ୍ବାଦିକ ବନ୍ଧୁ ପ୍ରମୁଖ ଉପସ୍ଥିତ ରହି ଥିଲେ । ଏହି ବୈଠକକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା ପରିଚାଳନା କରିଥିଲେ । ଶେଷରେ ତହସିଲଦାର ଜୟପୁର ସମସ୍ତଙ୍କୁ ଧାନ୍ୟବାଦ ଅର୍ପଣ କରି ଥିଲେ ।

ସବୁବର୍ଗ ଖବର

1 thought on “ଜୟପୁରରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Leave a Reply

Your email address will not be published. Required fields are marked *