Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁରରେ ଜାତୀୟ ପ୍ରେସ୍ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

1 min read

କୋରାପୁଟଜିଲ୍ଲା/ଜୟପୁର (ସଖପ୍ର): ଜୟପୁର ପାଇକସାହିସ୍ଥିତ ସ୍ଥାନୀୟ ଲେକ୍ ପ୍ଲେସ୍ଡ କଲ୍ୟାଣ ମଣ୍ଡପ ପରିସରରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଛି। ସାମ୍ବାଦିକା ବିଷ୍ଣୁପ୍ରିୟା ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସମ୍ମାନୀତ ଅତିଥି ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନ, ସାହିତ୍ୟ ଏକାଡେମୀର ସଦସ୍ୟ କବି ଲକ୍ଷ୍ମୀକାନ୍ତ ପାଢୀ, ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା ଓ ଉପଖଣ୍ଡ କ୍ରୀଡା ସଂପାଦକ ରବି ନାଏକ ଯୋଗଦେଇ “ଦେଶ ଗଠନରେ ଗଣମାଧ୍ୟମର ଭୂମିକା” ଶୀର୍ଷକ ଉପରେ ଆଲୋକପାତ କରିଥିଲେ। ଭାରତରେ ୪ ଜୁଲାଇ ୧୯୬୬ରେ ପ୍ରେସ କାଉନସିଲ ଗଠନ ହୋଇଥିଲା ଏବଂ ୧୯୬୬ ମସିହା ନଭେମ୍ବର ୧୬ରେ ଏହା କାର୍ଯ୍ୟକାରୀ ହେଲା । ତେଣୁ ନଭେମ୍ବର ୧୬କୁ ପ୍ରତିବର୍ଷ ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଏ । ଖବର ଗୁଣବତ୍ତା ବଜାୟ ରଖିବା ଉଦ୍ଦେଶ୍ୟରେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ “ପ୍ରେସ କାଉନସିଲ ଅଫ ଇଣ୍ଡିଆ” ସ୍ଥାପିତ ହୋଇଥିଲା। ଦେଶର ସାମ୍ବାଦିକମାନେ ଯେପରି କୌଣସି ବାହ୍ୟ ଶକ୍ତି ଦ୍ୱାରା ପ୍ରଭାବିତ ନହେବେ ସେଥିପାଇଁ “ପ୍ରେସ କାଉନସିଲ ଅଫ ଇଣ୍ଡିଆ” କାମ କରୁଛି । “ପ୍ରେସ କାଉନସିଲ ଅଫ ଇଣ୍ଡିଆ”ର ଇତିହାସ ବିଷୟରେ ଯଦି କହିବା ତାହେଲେ ୧୯୫୬ ମସିହାରେ ପ୍ରଥମ ପ୍ରେସ କମିଶନ ଭାରତରେ ଗଣମାଧ୍ୟମର ସ୍ୱାଧିନତା ପାଇଁ ପ୍ରେସ କାଉନସିଲ ଗଠନ କରିବାକୁ ଯୋଜନା ହୋଇଥିଲା । ତେବେ ଭାରତରେ ୪ ଜୁଲାଇ ୧୯୬୬ରେ ପ୍ରେସ କାଉନସିଲ ଗଠନ ହୋଇଥିଲା ଏବଂ ୧୯୬୬ ମସିହା ନଭେମ୍ବର ୧୬ରେ ଏହା କାର୍ଯ୍ୟକାରୀ ହେଲା । ସାମାଜିକ ବିକାଶରେ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ । ସ୍ୱାଧୀନତା ସଂଗ୍ରାମର ଇତିହାସ ହେଉ କି ଜାମ୍ମୁ କାଶ୍ମୀରରେ ୩୭୦ ଧାରାର ଉଚ୍ଛେଦ, ତୃଣମୂଳ ସ୍ତରରେ ଲୋକଙ୍କର ସ୍ୱର ଉତ୍ଥାପନ ହେଉ କି ରାଜନେତାମାନଙ୍କର ସମାଜ ପ୍ରତି ବାର୍ତ୍ତାକୁ ପହଞ୍ଚାଇବାରେ ଗଣମାଧ୍ୟମ ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ପ୍ରତିକୂଳ ବ୍ୟବସ୍ଥା ସତ୍ତ୍ୱେ ସାମ୍ବାଦିକମାନେ ଜନସ୍ୱାର୍ଥ ପାଇଁ ଲଢେଇ କରୁଛନ୍ତି । ଏହାର ଜ୍ଵଳନ୍ତ ଉଦାହରଣ କୋଭିଡ୍-୧୯ ମହାମାରୀ କରୋନା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଜୀବନକୁ ବାଜି ଲଗାଇ ଆଗଧାଡିର ଯୋଦ୍ଧା ସାଜି ନିୟମିତ ଲୋକଙ୍କ ପାଖରେ ଖବର ପହଞ୍ଚାଉଥିଲେ । ‘ପ୍ରେସ୍ କାଉନ୍‌ସିଲ୍‌ ‘ ହେଉଛି ସମ୍ବାଦପତ୍ରର ନୈତିକ ପ୍ରହରୀ । ସାମ୍ବାଦିକମାନେ ହେଲେ ସମାଜର ଜାଗ୍ରତ ପ୍ରହରୀ । ଯଦି ଜାଗ୍ରତ ପ୍ରହରୀ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୁଏ ତେବେ ସମାଜ ଆଗକୁ ବଢିପାରେ ନାହିଁ । ନିରପେକ୍ଷ ଓ ନିର୍ଭୀକ ସମ୍ବାଦ ପରିବେଷଣ ସବୁ ସାମ୍ବାଦିକଙ୍କ ଆଭିମୁଖ୍ୟ ହେବା ଉଚିତ୍ । ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ସାମ୍ବାଦିକମାନଙ୍କୁ ଅତିଥି ମାନେ ଏହି ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୁଶାନ୍ତ ପାତ୍ର, ସନ୍ତୋଷ ପାତ୍ର, ତୁଳସୀ ବେହେରା, ପ୍ରଶାନ୍ତ ମହାନ୍ତି, ଶ୍ରୀନିବାସ ରାଓ, ଗଜେନ୍ଦ୍ର ସାହୁ, ଅନିତା, ହେମନ୍ତ ପାଣିଗ୍ରାହୀ ପ୍ରମୁଖ ସାମ୍ବାଦିକମାନେ ଆୟୋଜନ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ଯଜ୍ଞେଶ୍ୱର ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ କବି କୃଷ୍ଣଚନ୍ଦ୍ର ହୋତା କବିତା ପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ।

ସବୁବର୍ଗ ଖବର

1 thought on “ଜୟପୁରରେ ଜାତୀୟ ପ୍ରେସ୍ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Leave a Reply

Your email address will not be published. Required fields are marked *