Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜଙ୍ଗଲ ମଝିରେ ଟ୍ରେନ୍‌କୁ ଅଟକାଇଲେ ମାଓବାଦୀ,ଖୋଲିଦେଲେ ଗୋଟିଏ ବଗି ଓ ଇଞ୍ଜିନ୍

1 min read


କୋରାପୁଟ ଜିଲ୍ଲା :୨୪।୦୪: ଅପରେସନ ପ୍ରହାରକୁ ବିରୋଧ । ଟ୍ରେନ୍‌କୁ ଅଟକାଇ ଯାତ୍ରୀଙ୍କୁ ବାଣ୍ଟିଲେ ପୋଷ୍ଟର । ଆସନ୍ତା ୧୬ତାରିଖରେ ଭାରତ ବନ୍ଦକୁ ସଫଳ କରିବାକୁ ଦେଲେ ଆହ୍ୱାନ । ଖବର ଅନୁଯାୟୀ, ନକ୍ସଲ ମାନେ ଶୁକ୍ରବାର କୋରାପୁଟ ଜିଲ୍ଲା ଛତିଶଗଡ ସିମାନ୍ତ ଦନ୍ତେୱାଡା ଜିଲ୍ଲାରେ ଏକ ପାସେଞ୍ଜର ଟ୍ରେନକୁ ଅଟକାଇଥିଲେ । ବଚେଲି ଓ ଭାନସି ମଝିରେ ଥିବା ଜଙ୍ଗଲ ରାସ୍ତାରେ ଶତାଧିକ ମାଓବାଦୀ ଟ୍ରେନଟିକୁ ଅଟକାଇ ଆସନ୍ତା ୧୬ ତାରିଖ ଭାରତ ବନ୍ଦ କରିବା ଲାଗି ପାସେଞ୍ଜର ମାନଙ୍କୁ ଦେଇଥିଲେ ମାଓ ପୋଷ୍ଟର । ଏହା ସହ ଟ୍ରେନର ବଗିରେ ମଧ୍ୟ ନକ୍ସଲ ମାନେ ଲଗାଇଥିଲେ ଅନେକ ମାଓ ପୋଷ୍ଟର । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ସେଠାରେ ଟ୍ରେନଟି ଅଟକି ରହିବା ପରେ ଗୋଟିଏ ଇଞ୍ଜିନ ଓ ଗୋଟିଏ ବଗିକୁ ନକ୍ସଲ ମାନେ ଖୋଲି ଦେଇଥିଲେ । ପରେ ଅଧା ଟ୍ରେନ ଓ ପାସେଞ୍ଜର ମାନଙ୍କୁ ନେଇ ସୁରକ୍ଷିତ ଅବସ୍ଥାରେ କିରାଣ୍ଡୁଲ ପହଞ୍ଚିଥିଲା ଟ୍ରେନ୍ । ଆଜି ସକାଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ପ୍ରତିନିଧି ସୀମଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *