Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗୋଆରେ ଫଶି ରହିଥିବା ମିଥୁନ
ପହଞ୍ଚିଲେ ମାଲକାନଗିରିରେ

1 min read


ମଲକାନଗିରି (ସଖପ୍ର):ଲକ୍ ଡାଉନ୍ ପାଇଁ ଗୋଆରେ ଫଶି ରହିଥିବା ମିଥୁନ ହନ୍ତସନ୍ତ ଏବଂ ସାହାଯ୍ଯ ପାଇଁ ଓଡିଶା ସରକାରଙ୍କୁ ନିବେଦନ ଶୀର୍ଷକ ଖବର ପ୍ରକାଶ ପାଇଲା ପରେ ମିଥୁନ ଏବଂ ତାଙ୍କ ପରିବାରଙ୍କୁ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା |ଫଳରେ ମିଥୁନ ସପରିବାରେ ଆଜି ମାଲକାନଗିରି ଜିଲ୍ଲାରେ ପହଞ୍ଚିବାରେ ସକ୍ଷମ ହୋଇ ପାରିଛି |
ଘଟଣାରୁ ପ୍ରକାଶ ଯେ,ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ଅଞ୍ଚଳର ମିଥୁନ ସରକାର
ସ୍ଥାନୀୟ ଅଞ୍ଚଳରେ କାମଧନ୍ଦା ନାହିଁ ବୋଲି ତିନି ମାସ ତଳେ ସ୍ତ୍ରୀ ଓ ଗୋଟିଏ ଛୋଟ ଛୁଆକୁ ସାଙ୍ଗରେ ଧରି ସୁଦୂର ଗୋଆ ଯାଇଥିଲେ |ତିନି ମାସ ରହଣି କାଳରେ ସେଠାରେ ଏକ ଘରୋଇ କଂପାନୀରେ ସିକୁରିଟି ଗାର୍ଡ ଭାବେ ଏକ ଚାକିରୀ ମିଳିଲା |କିନ୍ତୁ ୨ ମାସ କାମ କଲା ପରେ ଲକ୍ ଡାଉନ୍ ପାଇଁ ତାଙ୍କୁ ୧୫ ଦିନର ଦରମା ଦେଇ ଘରୋଇ କଂପାନୀ କାମରୁ ଛଟେଇ କରିଦେଲା |ବର୍ତ୍ତମାନ ମିଥୁନ ହାତରେ କାମ ନାହିଁ |କାଲିମେଳା ଆସିବା ପାଇଁ ନା ଅଛି ଟଙ୍କା ନା ଅଛି ଯାତାୟତର ସୁବିଧା |ଏବେ ମାନସିକ ଯନ୍ତ୍ରଣାରେ ଛଟପଟ ହୋଇ ଦିନ କାଟୁଛନ୍ତି ଗୋଆର ଏକ ଭଡା ଘରେ |ହାତରେ ଟଙ୍କାଟିଏ ନାହିଁ |ଭୋକ ଉପବାସରେ ଦିନ କାଟୁଥିବା ବେଳେ ଘର ମାଲିକ ଘର ଛାଡିବା ପାଇଁ ବାଧ୍ୟ କରୁଥିଲା |ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ସମାଜସେବୀ ତାଙ୍କୁ ସେଠାରୁ ଆଣିଥିଲେ |

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *