Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗାଡି ନେଇ ଚମ୍ପଟ ମାରୁଥିବା ଦୁର୍ବୃତ୍ତକୁ ଧରିଲେ ଗ୍ରାମବାସୀ…

1 min read

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମପି ଭି-୫୧ ଗ୍ରାମରେ ଏକ ମିନି ଟ୍ରକରେ କାର୍ଯ୍ୟରତ ହେଲପରର ଆକ୍ରମଣରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣ ପରେ ହେଲପର ଜଣକ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ ତାକୁ କାବୁ କରିଥିଲେ । ସୂଚନା ମୁତାବକ ଶନିବାର ରାତି ପ୍ରାୟ ସାଢେ ୮ଟା ସମୟରେ ମିନି ଟ୍ରକଟି କୌଣସି କାମରେ ଉଣ୍ଡୁରୁକୋଣ୍ଡାରୁ ଶିମିଳିବାଞ୍ଛା ରାସ୍ତାରେ ଯାଉଥିଲା । ଏମଭି-୫୧ ଗ୍ରାମରେ ପହଞ୍ଚିବା ପରେ କୌଣସି କାରଣକୁ ନେଇ ଗାଡ଼ିର ଡ୍ରାଇଭର ଓ ହେଲପର ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ହେଲପର ଜଣକ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଆକ୍ରମଣକାରୀ ହେଲପର ଗୁରୁତର ଆହତ ଡ୍ରାଇଭରଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଏମଭି-୫୧ କେନାଲ ନିକଟରେ ଫିଙ୍ଗି ଦେଇ ଗାଡ଼ି ଧରି ପଳାଇବାକୁ ଉଦ୍ୟମ କରୁଥିଲା । ତେବେ ନିକଟସ୍ଥ ଗାଁ ଏମଭି-୪୮ର ଗ୍ରାମବାସୀ ମିନି ଟ୍ରକକୁ ଅଟକାଇବା ସହ ହେଲପରକୁ ଧରିଥିଲେ । ପରେ ଏମଭି-୪୮ ଓ ଏମପିଭି-୫୧ ଗ୍ରାମବାସୀ ମିଳିତ ଭାବେ ଉଦ୍ୟମ କରି ଆହତ ଡ୍ରାଇଭରଙ୍କ ସହ ଅଟକ ରଖିଥିବା ହେଲପରକୁ ଆମ୍ବୁଲାନ୍ସ ଯୋଗେ ପଡ଼ିଆ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି । ଖବର ନେବାରୁ ଏବେ ପର୍ଯ୍ୟନ୍ତ ପୋଲିସ କେସ ହୋଇ ନ ଥିବା ଜଣାପଡିଛି।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *