Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟରେ ଋଣ ସଂଯୋଗୀକରଣ ମେଳା,୬୩ କୋଟି ଟଙ୍କାର ଋଣ ମଞ୍ଜୁରୀ

1 min read

କୋରାପୁଟ (ସଖପ୍ର):ଭାରତ ସରକାରଙ୍କ ଆର୍ଥିକ ସେବା ବିଭାଗ ନିର୍ଦ୍ଦେଶକ୍ରମେ ଲିଡ ବ୍ୟାଙ୍କ ପକ୍ଷରୁ କୋରାପୁଟ ଟାଉନହଲ ଠାରେ ଦ୍ୱିତୀୟ ଋଣ ସଂଯୋଗୀକରଣ ମେଳା ଅୟୋଜିତ ହୋଇଯାଇଛି। କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରଘୁରାମ ପଡାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅଧିକା ସଂଖ୍ୟାରେ ମହିଳାମାନଙ୍କୁ ଋଣ ପ୍ରଦାନ କରାଯାଉଥିବାରୁ ସେ ଉପସ୍ଥିତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣେଇଥିଲେ ।

ଲିଡ ବ୍ୟାଙ୍କ ମ୍ୟାନେଜର ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମେଳାରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ,ଏସବିଆଇ ସିଏମ ଏମ.ଏଲ.ପ୍ରସାଦ, ନାବାର୍ଡ ଡିଡିଏମ ମୁରାରୀ ମୋହନ ବେହେରା, ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ସର୍ବେଶ୍ୱର ବାଗୁଦାଇ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। କୋରାପୁଟ ଜିଲ୍ଲାର ୧୯ ଟି ବ୍ୟାଙ୍କ ପକ୍ଷରୁ ୨୫୭୮ ଜଣଙ୍କୁ ୬୩ କୋଟି ଟଙ୍କାର ଋଣ ମଞ୍ଜୁରୀ କରାଯାଇଥିବା ଲିଡ ବ୍ୟାଙ୍କ ମ୍ୟାନେଜର ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ମଧ୍ୟ ଋଣ ମେଳା ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି। ମୁଖ୍ୟ ଅତିଥି ଶ୍ରୀ ପଡାଲ ଓ ଅନ୍ୟାନ୍ୟ ସମ୍ମାନିତ ଅତିଥିଙ୍କ ଦ୍ୱାରା ଋଣ ପ୍ରଦାନ କରାଯାଇଥିଲା ।

ପ୍ରତିନିଧି ପବିତ୍ର ମୋହନ ସେଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *