Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କଳାକାର ହରି ସୁନାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

1 min read

ଜୟପୁର (ସଖପ୍ର): ଆଜି ସନ୍ଧ୍ୟା ରେ ସ୍ଥାନୀୟ ପୂର୍ତ୍ତ ଡ଼ାକ ବଙ୍ଗଳା ଠାରେ ସ୍ବର୍ଗତ କଳାକାର ହରି ସୁନାଙ୍କ ବିୟୋଗରେ ଜୟପୁର କଳାକାର ଙ୍କ ଦ୍ୱାରା ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଗତ 14.5.22 ତାରିଖରେ ସ୍ଥାନୀୟ ଗୋପବନ୍ଧୁ ନଗରସ୍ଥ ସ୍ବର୍ଗତ ହରି ସୁନାଙ୍କ ପଚାଶ ବର୍ଷ ବୟସରେ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଥିଲା । ଶ୍ରୀସୁନା ଜଣେ ଭଲ ଢୋଲକ ଏବଂ ଟ୍ରଙ୍ଗ ବାଦକ ଏବଂ ଜଣେ ମୂର୍ତ୍ତି କାରିଗର ଭାବରେ ସର୍ବତ୍ର ଜଣାଶୁଣା ଥିଲେ । ମୃତ୍ୟୁ ସମୟରେ ତାଙ୍କ ପତ୍ନୀ ଏବଂ ଦୁଇପୁଅ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ଜୟପୁରର ବହୁ କଳାକାର ଉପସ୍ଥିତ ରହି ସ୍ବର୍ଗତ ହରିସୁନାଙ୍କ ବିଗତ ଦିନର ସଂଗୀତ ଯାତ୍ରା ସହିତ ତାଙ୍କର ସମାଜ ସେବାକୁ ମନେପକାଇ ଗଭୀର ଶୋକ ପ୍ରକାଶ କରିବା ସହ, ଅମର ଆତ୍ମାର ସଦଗତି ନିମନ୍ତେ କାମନା କରିଥିଲେ । ଏଥିରେ ବରିଷ୍ଠ କଳାକାର ଶ୍ରୀ ଧିରେନ ମୋହନ ପଟନାୟକ, ଶ୍ରୀ ଜି. ମହେଶ, ମହମ୍ମଦ ବବଲୁ, ଶୁକମନ ସଗଡ଼ିଆ, ବୃନ୍ଦାବନ ଖରା, ମଦନ କେଲାଡି, କୈଳାଶ ତ୍ରିପାଠୀ, ସୁରେନ୍ଦ୍ର, ବିକ୍ରମ, ସନ୍ତୋଷ, ଭାଗିରଥି, ରବି, ଶିବା, ବିଟୁ, ତ୍ରିନାଥ ପ୍ରମୁଖ ଯୋଗଦେଇଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *