Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅଣୁଗଳ୍ପ ପୁସ୍ତକ “ଜୀବନରସ୍ବାଦ” ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

1 min read

କୋରାପୁଟଜିଲ୍ଲା/ଜୟପୁର ୧୩/୦୫ (ସଖପ୍ର) : ଆଜି ଜୟପୁର ଏନକେଟି ରୋଡସ୍ଥିତ ଫ୍ଲୋରେନସ ନାଇଟିଙ୍ଗେଲ ଏଏନ ଏମ୍ ଟ୍ରେନିଂ ସ୍କୁଲରେ ତ୍ରିସଖା ସାହିତ୍ୟ ସଂସଦ, ଶ୍ରୀରାମ ନଗର,ଜୟପୁର ତରଫରୁ ଗାଳ୍ପିକ ଶ୍ରୀ କୃଷ୍ଣଚନ୍ଦ୍ର ହୋତାଙ୍କ ଅଣୁଗଳ୍ପ ପୁସ୍ତକ “ଜୀବନର ସ୍ବାଦ” ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଡ଼ଃ ସୁରେଶ ଦାସ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଶ୍ରୀ ନଳିନୀ ରଞ୍ଜନ ମିଶ୍ର, ମୁଖ୍ୟ ବକ୍ତା ସାହିତ୍ୟ ଏକାଡେମୀ ର ସଦସ୍ୟ ଶ୍ରୀ ଲକ୍ଷ୍ମୀକାନ୍ତ ପାଢୀ, ସମ୍ମାନୀୟ ଅତିଥି ଡ଼ଃ ପ୍ରଦୀପ ମିଶ୍ର, ଅବସରପ୍ରାପ୍ତ ଶିକ୍ଷାବିତ ମନମୋହନ ଆଚାର୍ଯ୍ୟ, ଅଧ୍ୟାପକ ଶ୍ରୀ ପ୍ରେମାନନ୍ଦ ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରାରମ୍ଭରେ ଅତିଥି ଆମନ୍ତ୍ରଣ ଓ ସ୍ବାଗତଭାଷଣ ଯଜ୍ଞେଶ୍ବର ପଣ୍ଡା ଦେଇଥିବାବେଳେ,କବୟତ୍ରୀ କବିତା ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ ଓ ଅଶୋକ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶ୍ରୀ କୃଷ୍ଣଚନ୍ଦ୍ର ହୋତା “ଜୀବନର ସ୍ବାଦ” ଅଣୁଗଳ୍ପ ପୁସ୍ତକ ବିଷୟରେ ଆଲୋକପାତ କରିଥିଲେ। ଅତିଥି ବୃନ୍ଦ ଅଣୁଗଳ୍ପ ପୁସ୍ତକ “ଜୀବନର ସ୍ବାଦ”ରେ ଥିବା ୫୨ଟି ଗଳ୍ପ ବିଷୟରେ ସୁନ୍ଦର ଭାବେ ସମୀକ୍ଷା କରିଥିଲେ। ଗଳ୍ପ ପୁସ୍ତକର ପ୍ରଚ୍ଛଦପ୍ରଟ୍ଟ,ଗାଳ୍ପିକଙ୍କ ଦୃଷ୍ଟିଭଙ୍ଗୀ, ଗଳ୍ପରେ ଥିବା ସାମାଜିକ ବାର୍ତ୍ତା ଓ ପାଠକୀୟ ଆଦୃତ୍ତି ଉପରେ ଆଲୋକପାତ କରିଥିଲେ। ମାତୃଭାଷା ଦିନକୁ ଦିନ ଦୁର୍ବଳ ହୋଇଚାଲିଥିବା ସମୟରେ ମାତୃଭାଷାକୁ ବଞ୍ଚାଇବାର ପ୍ରୟାସ ଏହି ଅଣୁଗଳ୍ପ ପୁସ୍ତକ ମାଧ୍ୟମରେ କରାଯାଇଥିବା ସମସ୍ତ ଅତିଥି, ଉପସ୍ଥିତ କବିଗଣ ଓ ବୁଦ୍ଧିଜୀବୀଙ୍କ ମତ ପ୍ରକାଶ ପାଇଥିଲା। ସ୍ବର୍ଗତ ଡ଼ଃ ରଜତ କରଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଲୋକାର୍ପଣ କାର୍ଯ୍ୟକ୍ରମରେ କବି ପ୍ରକାଶ ମହାନନ୍ଦିଆ, ସମ୍ପାଦକ ଚନ୍ଦ୍ରକାନ୍ତ ସୁତାର, ସାମ୍ବାଦିକ ସନ୍ତୋଷ ପାତ୍ର, ପ୍ରଶାନ୍ତ ମହାନ୍ତି, ଆଇନଜୀବୀ ମଦନ ନାୟକଙ୍କ ସହ ବହୁ କବି କବୟତ୍ରୀ ଉପସ୍ଥିତ ଥିଲେ। ଶେଷରେ ଡ଼ ଦେବୀପ୍ରସାଦ ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *