ଜୟପୁର ନାଗରିକ କମିଟି ପକ୍ଷରୁ ଡିଜିପି ବିଜୟ କୁମାର ଶର୍ମାଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଜୟପୁର: ଜୟପୁର ନାଗରିକ କମିଟି ତରଫରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଡିଜିପି ବିଜୟ କୁମାର ଶର୍ମା ଯୋଗ ଦେଇଛନ୍ତି। ଜୀବନର ପ୍ରଥମ କର୍ମଭୂମି ଜୟପୁର ଥିଲା ଓ ମୁଁ ପ୍ରଥମେ ଜୟପୁରରେ ଏସଡିପିଓ ଭାବେ କାର୍ଯ୍ୟ ଆରମ୍ଭ କରିଥିଲି।ସେ ସମୟର ଅନୁଭୂତିକୁ ମନେ ପକାଇବା ସହ ଜୟପୁର ବାସୀଙ୍କ ସ୍ନେହ ଶ୍ରଦ୍ଧାକୁ ଭୂଲି ପାରିବି ନାହିଁ ବୋଲି କହିଥିଲେ।ଏଠାରେ କାମ କରିବା ସମୟରେ ଲୋକଙ୍କ ସମର୍ଥନ ମିଳୁଥିଲା।ସେହିପରି ନୂତନ ଭାବେ ଯୋଗଦାନ କରିଥିବା ଏସଡିପିଓଙ୍କୁ ସହଯୋଗ ମିଳିବ ବୋଲି ଆଶାବ୍ୟକ୍ତ କରିଥିଲେ।ଜୟପୁରରେ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜର ୬ଟି ଜିଲ୍ଲାପାଇଁ ଏକ ସାଇବର ସେଲ୍ ଥାନା ଖୋଲିବ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ସହ ବିଧାୟକ ତାରା ପ୍ରସାଦ ବାହିନୀପତି,ବିଜେଡି ନେତା ବାଲା ରାୟ, ଦୁର୍ଗା ମିଶ୍ର ଟାଉନ ଥାନାର ପରିସୀମାକୁ ବୃଦ୍ଧିକରି ଜୟପୁର ମୁଖ୍ୟ ଚିକିତ୍ସାଳୟ ,ଉମୁରୀ ରେଳଷ୍ଟେସନ,ଏୟାରପୋର୍ଟକୁ ସାମିଲ କରିବାକୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଡିଆଇଜି ସଫିନ କେ ଅହମ୍ମଦଙ୍କୁ ଏ ଦିଗରେ ଦୃଷ୍ଟି ଦେଇ ଥାନାର ପରିସୀମା ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ।ଜୟପୁର ଟାଉନ ଥାନାରେ ଅଧିକା କର୍ମଚାରୀ ଦେବାକୁ ପଦକ୍ଷେପ ନିଆଯିବ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସହରେ ଗଳି ଗଳିରେ ପାନଦୋକାନରେ ଦେଶୀ,ବିଦେଶୀ ମଦ ବିକ୍ରି ହେବା ସହ ଗଞ୍ଜେଇ ଚାଲାଣ, ମାଉଜର କାରବାର ହେଉଥିବା କହିଥିଲେ।ଅପରାଧିଙ୍କୁ ନିୟନ୍ତ୍ରଣ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦୃଷ୍ଟି ଆକର୍ଷଣ କରିଥିଲେ।ଅନ୍ୟତମ ସମ୍ମାନୀତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ଯୋଗଦେଇ ତୁଳସୀ ଦୁଇପତ୍ରରୁ ବାସିଲା ଭଳି ଜୟପୁରରେ ଏସଡିପିଓ ରହିବା ସମୟରୁ ଡିଜି ଶ୍ରୀ ଶର୍ମାଙ୍କ କାର୍ଯ୍ୟଦକ୍ଷତା ସ୍ପଷ୍ଟ ହୋଇଥିଲା ବୋଲି କହିବା ସହ ସାଇବର କ୍ରାଇମ,ନକ୍ସଲ,ଆତଙ୍କବାଦୀ ଭଳି ଚାଲେଞ୍ଜକୁ ସେ ସହଜରେ ଗ୍ରହଣକରି ସମାଧାନର ବାଟ କାଢି ପାରିବେ ବୋଲି ଜଣା ପଡୁଥିଲା।ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବା ମୋ ସରକାର କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିବା ଦିଗରେ ଡିଜିଙ୍କ ପ୍ରମୁଖ ଭୂମିକା ରହିବ ବୋଲି କହିଥିଲେ।ଅନ୍ୟତମ ଅତିଥି ଭାବେ ଡିଆଇଜି ସଫିନ୍ କେ ଅହମ୍ମଦ, ଏସ୍ ପି ମୁକେଶ କୁମାର ଭାମୁ, ଏସ୍ ଡିପିଓ ବରୁଣ କୁମାର ଗୁଣ୍ଠାପାଲ୍ଲୀ ମଂଞ୍ଚାସୀନ ଥିଲେ।ମଂଚକୁ ସଂପାଦକ ଗୀତା ପ୍ରକାଶ ମିଶ୍ର ସଂଯୋଜନା କରିଥିବା ବେଳେ ସହସଂପାଦକ ଶଙ୍କର ପ୍ରହରାଜ ଧନ୍ୟବାଦ ଦେଇଥିଲେ।